Home ଓଡ଼ିଶା ବିହାର ନିର୍ବାଚନ : ଷ୍ଟାର କାମ୍ପେନର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ଶାହନାୱାଜ ହୁସେନ୍ କରୋନା...

ବିହାର ନିର୍ବାଚନ : ଷ୍ଟାର କାମ୍ପେନର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ଶାହନାୱାଜ ହୁସେନ୍ କରୋନା ପଜିଟିଭ

112

ପାଟନା ୨୨ ଅକ୍ଟୋବର (ଓଡିଆ ପୁଅ) ବିହାର ନିର୍ବାଚନ ପାଇଁ ବିଜେପି ପାଇଁ ଏକ ବଡ ଖବର। ଡେପୁଟି ସିଏମ୍ ଏବଂ ଦଳର ଷ୍ଟାର ପ୍ରଚାରକ ସୁଶୀଲ କୁମାର ମୋଦୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ବୋଲି ଜଣାପଡିଛି। ଏହି ସୂଚନା ନିଜେ ସୁଶୀଲ ମୋଦୀ ଟ୍ୱିଟ୍ କରିଛନ୍ତି। ଏହାପୂର୍ବରୁ ବିଜେପିର ଶାହନାୱାଜ ହୁସେନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ସୁଶୀଲ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପରେ ସେ ନିଜକୁ ଆଇସୋଲେଟ କରିଛନ୍ତି। ସୁଶୀଲ ମୋଦୀ ଆହୁରି ଲେଖିଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଏବଂ ଆଇସିଏମଆର ନିୟମ ପାଳନ କରୁଛନ୍ତି।

ସୁଶୀଲ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କର ଅତି ସାମାନ୍ୟ ଜ୍ୱର ହୋଇଥିଲା, ଯାହା ପରେ AIIMS ରେ ଭର୍ତ୍ତି ହୋଇଥିଲେ। ସେ ଶୀଘ୍ର ସୁସ୍ଥ ହେଇ ପୁଣି ନିର୍ବାଚନ ପ୍ରଚାରରେ ଯୋଗଦେବେ।

ଏହାପୂର୍ବରୁ ବିଜେପି ମୁଖପାତ୍ର ଶାହନାୱାଜ ହୁସେନ୍‌ଙ୍କ ରିପୋର୍ଟ ପଜିଟିଭ୍ ଅସିଛି। ଏହି ସୂଚନା ନିଜେ ଟ୍ୱିଟ୍ କରିଛନ୍ତି।

ଶାହନାୱାଜ ହୁସେନ୍ କହିଛନ୍ତି ଯେ, ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.