Home ଓଡ଼ିଶା ଭିଜିଲାନ୍ସ ଜାଲରେ ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ, ଅଫିସ ଡ୍ର’ରୁ ଜବତ୍ ୨ ଲକ୍ଷ ୩୪...

ଭିଜିଲାନ୍ସ ଜାଲରେ ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ, ଅଫିସ ଡ୍ର’ରୁ ଜବତ୍ ୨ ଲକ୍ଷ ୩୪ ହଜାର

92

ବାଲେଶ୍ୱର, ୨୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସଂଧ୍ୟାରେ ବାଲେଶ୍ୱର ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଉପରେ ଚଢ଼ଉ ହୋଇ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ର ରୁ ମୋଟ ୨ ଲକ୍ଷ ୩୪ ହଜାର ୯୦୦ ଟଙ୍କା ଜବତ୍ କରାଯାଇଛି। ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ସଂଧ୍ୟାରେ କାର୍ଯ୍ୟାଳୟରୁ କ୍ୱାଟର୍ସକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭିଜିଲାନ୍ସ ଟିମ୍ ଅଚାନକ ଚଢଉ କରିଥିଲେ। ଛଅ ଜଣିଆ ଟିମ୍ ଖାନ ତଲାସ କରି ରାଜା ଅଲ୍ଲୀଙ୍କ ଟେବୁଲ ଡ୍ର ରୁ ଏହି ଟଙ୍କା ପାଇଥିଲେ। ତେବେ ଏହି ଟଙ୍କା ବାବଦରେ ରାଜା ଅଲ୍ଲୀ କିଛି ଜାଣଇ ନଥିବା କହିଥିଲେ। ପୂଜା ଖର୍ଚ୍ଚ ପାଇଁ ବିଭିନ୍ନ ମିଲର ଓ ସପ୍ଲାୟରମାନଙ୍କଠାରୁ ଏହି ଟଙ୍କା ଆଦାୟ କରାଯାଇଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଭିଜିଲାନ୍‌ସ ଟିମ ଏହି ଚଢଉ କରିଥିବା ଜଣାପଡିଛି। ନିୟମିତ ଏହିଭଳି ଟଙ୍କା ଆଦାୟ କରାଯାଇଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଥିଲେ ବି ତଦନ୍ତ ଆରମ୍ଭ ହୋଇଥିବାରୁ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହି ଟଙ୍କା ଜବତ୍ ନେଇ ମାମଲା ରୁଜୁ ହୋଇଥିଲେ ବି ରାଜାଅଲ୍ଲୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଭିଜିଲାନ୍ସ ଅଧିକାରୀମାନେ କୌଣସି ସୂଚନା ଦେଇ ନାହାନ୍ତି। ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ରାଜା ଅଲ୍ଲିକୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚୁରା କରୁଥିବା ଲକ୍ଷ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.