Home Top News ବିଜେଡି ସରକାରଙ୍କର ମିଛି ମିଛିକା ଚୋର ପୋଲିସ୍ ଖେଳ: ଅତି ଚାଲାକରେ କାଉ.. କାଉ କିଏ...

ବିଜେଡି ସରକାରଙ୍କର ମିଛି ମିଛିକା ଚୋର ପୋଲିସ୍ ଖେଳ: ଅତି ଚାଲାକରେ କାଉ.. କାଉ କିଏ କି ?

73

କଟକ/ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମାମଲାର ତଦନ୍ତ ଆବେଦନକାରୀ କରି ପାରିବେନି ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି ହାଇକୋର୍ଟ। ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଆବେଦନକାରୀ ଭିଜିଲାନ୍ସର ଜଣେ ଡିଏସ୍‌ପି ହୋଇଥିବାରୁ ଭିଜିଲାନ୍ସ ଏହାର ତଦନ୍ତ କରିପାରିବନି ନେଇ ଚ୍ୟାଲେଞ୍ଜ୍ କରି ହାଇକୋର୍ଟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ। ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ତଦନ୍ତ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ଲୋକାୟୁକ୍ତଙ୍କ ଆଦେଶ ଆଜି ହାଇକୋର୍ଟରେ କାଟ ଖାଇଛି। ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇ ଲୋକାୟୁକ୍ତ ବେଆଇନ କାମ କରିଛନ୍ତି ବୋଲି ଆଜି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏଥିସହ ହାଇକୋର୍ଟ କହିଛନ୍ତି, ଆବେଦନକାରୀ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେବା ଆଇନର ପରିପନ୍ଥୀ। ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ବେଆଇନ କହି ଏହାକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ତେଣୁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରାଯାଇଛି।

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଚାଲିଥିବା ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, “ଅତି ଚାଲାକରେ କାଉ .. ଭିଜିଲାନ୍ସ ଧରିଲା, ଲୋକଯୁକ୍ତଙ୍କୁ ଦେଲା, ଲୋକାୟୁକ୍ତ ପୁଣି ଭିଜିଲାନ୍ସକୁ ଦେଲେ। ତଦନ୍ତ ନାଁ’ ରେ ଏଇ ପ୍ରହସନକୁ ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟ ପଦାରେ ପକେଇଲେ। ଲୋକଙ୍କ ସମସ୍ୟାରୁ ଦୃଷ୍ଟି ହଟେଇବା ପାଇଁ ବିଜେଡି ସରକାରର ମିଛି ମିଛିକା ଚୋର ପୋଲିସ ଖେଳ ଆଉ ଚଳିବ ନାହିଁ।” ତେବେ, ଏଠାରେ ଲେଖାଶ୍ରୀ ରାଜ୍ୟ ସରକାରଙ୍କୁ ତ’ ଟାର୍ଗେଟ୍ କରିଛନ୍ତି, ତାହା ଜଣାପଡ଼ି ଯାଉଛି। କିନ୍ତୁ, ଅଭିଯୁକ୍ତ ପ୍ରଦୀପ ପାଣିଗ୍ରାହୀଙ୍କ ବାବଦରେ ତାଙ୍କ ମତ କ’ଣ ତାହା ଜଣାପଡ଼ୁ ନାହିଁ। ପ୍ରଦୀପ ପାଣିଗ୍ରାହୀ ସଚୋଟ ଆଉ ତାଙ୍କୁ ତାଙ୍କରି ଦଳର ସରକାର ଫସେଇ ଦେଇଛନ୍ତି, ନାଁ ଅଭିଯୁକ୍ତ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିକୁ ମିଛି ମିଛିକା ତଦନ୍ତ ନାଁ’ ରେ ପ୍ରହସନ କରି ରାଜ୍ୟ ସରକାର କ’ଣ ପ୍ରଦୀପ ପାଣିଗ୍ରାହୀଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି? ଲେଖାଶ୍ରୀ କ’ଣ କହୁଛନ୍ତି? ରାଜ୍ୟ ସରକାରଙ୍କୁ ତ’ ସେ ବିରୋଧ କରୁଛନ୍ତି ବୋଲି ତାହା ଜାଣି ହେଉଛି। କିନ୍ତୁ, ପ୍ରଦୀପ ପାଣିଗ୍ରାହୀଙ୍କୁ ଲେଖାଶ୍ରୀ ଆଉ ଓଡ଼ିଶା ବିଜେପି ସମର୍ଥନ କରୁଛି ନାଁ ବିରୋଧ କରୁଛି? କାରଣ ଏଠାରେ ସବୁଠାରୁ ବଡ଼ କଥା ହେଲା ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ କେସ୍ ଲଢ଼ୁଛନ୍ତି ବିଜେପି ରାଜ୍ୟ ପ୍ରବକ୍ତା ଆଡଭୋକେଟ ପିତାମ୍ବର ଆଚାର୍ଯ୍ୟ! ତେବେ, ମିଛି ମିଛିକା ଖେଳ ଖେଳୁଛି କିଏ? ଶାସକ ବିଜେଡି ନାଁ ବିରୋଧୀ ବିଜେପି? ଅତି ଚାଲାକରେ କାଉ ..। ସତ କଥା, କିନ୍ତୁ କାଉ କିଏ ?
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.