Home ଓଡ଼ିଶା ଗ୍ରାମବାସୀ ଙ୍କ ଜାତୀୟ ରାଜପଥ ଅବରୋଧ ଚେତାବନି ବିଦ୍ୟାଳୟ ମିଶ୍ରଣ କୁ ବିରୋଧ

ଗ୍ରାମବାସୀ ଙ୍କ ଜାତୀୟ ରାଜପଥ ଅବରୋଧ ଚେତାବନି ବିଦ୍ୟାଳୟ ମିଶ୍ରଣ କୁ ବିରୋଧ

41

ନୟାଗଡ/୩/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଶିକ୍ଷାକୁ ସାର୍ବଜନୀନ ଓ ଡ୍ରପ୍ ଆଉଟ୍ ବନ୍ଦ କରିବା ପାଇଁ ଦେଢ କିଲୋ ମିଟର ଦୁରତ୍ୱରେ ଥିବା ଗ୍ରାମମାନଙ୍କ ରେ ବିଦ୍ୟାଳୟ ଖୋଲି ଚାଲିଲେ । ବର୍ତ୍ତମାନ ଅନେକ ବିଦ୍ୟାଳୟ ଯାହା କି ପିଲା ସଂଖ୍ୟା ୨୦ ରୁ କମ୍ ଓ ଏକ କିଲୋ ମିଟର ବ୍ୟବଧାନ ରେ ଥିବା ବିଦ୍ୟାଳୟ ଗୁଡିକର ମିଶ୍ରଣ ପର୍ବ ଆରମ୍ଭ କରିଛନ୍ତି । ସେହି ପରିପ୍ରେକ୍ଷୀ ରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଡିହ ଗାଁ ପ୍ରାଥମିକ ବିଦ୍ୟାଳୟ କୁ ବନ୍ଦ କରି ନରେନ୍ଦ୍ରପୁର ବିଦ୍ୟାଳୟ ସହ ମିଶ୍ରଣ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ମାନେ ନୟାଗଡ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । କାରଣ ଡିହ ଗାଁ ବିଦ୍ୟାଳୟରେ ୨୬ଜଣ ଛାତ୍ର ଛାତ୍ରୀ ଅଛନ୍ତି । ଡିହ ଗାଁ ବିଦ୍ୟାଳୟ ଠାରୁ ନରେନ୍ଦ୍ରପୁର ବିଦ୍ୟାଳୟ ର ଦୂରତ୍ୱ ଦେଢ କିଲୋ ମିଟର ରୁ ଦୁଇ କିଲୋ ମିଟର ମଧ୍ୟରେ ଅବସ୍ଥିତ ।

ରାସ୍ତାରେ ଯିବା ପାଇଁ ହେଲେ ପୋଖରୀ ଗାଡିଆ ସହ ଏକ ପିଚୁ ରାସ୍ତା ଅତିକ୍ରମ କରିବାକୁ ପଡିବ । ସେହି ପିଚୁ ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ବାଲି ବୋଝେଇ ଓ ବୋଲଡର ପଥର ବୋଝେଇ ଗାଡି ଯାତାୟତ କରିଥାଏ । ଗ୍ରାମର ରାଜ କିଶୋର ବଳିଆରସିଂ କୁହନ୍ତି ଯେ ଛୋଟ ଛୋଟ ପିଲା ମାନେ ନରେନ୍ଦ୍ରପୁର ବିଦ୍ୟାଳୟ କୁ ଯିବା ପାଇଁ ହେଲେ ଦୁର୍ଘଟଣା ର ଅନେକ ସମ୍ଭାବନା ରହିଅଛି । ସେଥିପାଇଁ ସରକାର ଦାଇ ରହିବେ । ଗ୍ରାମର ସମାଜ ସେବୀ ପ୍ରମୋଦ କୁମାର ରଣସିଂ ସରକାର ଙ୍କ ଏହି ନିଷ୍ପତି ବଦଳାଇବା ପାଇଁ ଅନୁରୋଧ କରିଛନ୍ତି । ଅଭିଭାବକ ଭାରତୀ ରଣା ଓ ଗ୍ରାମବାସୀ ମାନେ ସରକାର ନିଜ ନିଷ୍ପତି ନ ବଦଳାଇଲେ ଗ୍ରାମବାସୀ ମାନେ ଏକ୍‌ଜୁଟ୍ ହୋଇ ଖୋର୍ଦ୍ଧା ବଲାଙ୍ଗିର୍ ୫୭ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏ ସର୍ମ୍ପକେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଗ୍ରାମବାସୀ ଙ୍କ ଅଭିଯୋଗ ଅନ୍‌ଲାଇନ୍ ରେ ପୁଟ୍‌ଅପ୍ ହୋଇ ବିଚାରଧିନ ଅଛି । ଏଥିପାଇଁ ବ୍ଲକ ରେ ବି.ଡି.ଓ , ତହସିଲଦାର ଓ ସି.ଡି.ପି.ଓ ଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ସେହି ଟିମ୍ ଡିହ ଗାଁ କୁ ଯାଇ ପ୍ରକୃତ ତଥ୍ୟ ଦେଲା ପରେ ସେହି ତଥ୍ୟ କୁ ଜିଲ୍ଲାପାଳ ଙ୍କ ନିକଟରେ ଉପସ୍ଥାପନ କରାଯିବ । ତାପରେ ଜିଲ୍ଲାପାଳ ଙ୍କ ନିଷ୍ପତି ନିର୍ଭର କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.