Home ଓଡ଼ିଶା ବିଜେଡି କର୍ମୀଙ୍କ ଟଙ୍କା ବଣ୍ଟନକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କଲା ବିଜେପି

ବିଜେଡି କର୍ମୀଙ୍କ ଟଙ୍କା ବଣ୍ଟନକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କଲା ବିଜେପି

55

ଭୁବନେଶ୍ୱର: ସାଧାରଣ ଭୋଟରଙ୍କୁ ପ୍ରଲୋଭିତ କରି ଜୋର ଜବରଦସ୍ତ ଭୋଟ୍ ହାତେଇବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ। ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରୁଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ଵାରା ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ବାର୍ଥରେ ଖର୍ଚ୍ଚ କରୁଛି ବିଜେଡି ବୋଲି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ କହିଛନ୍ତି। ପୌର ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରୀ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହି ସମୟରେ ନିର୍ବାଚନ କିମ୍ବା ଭୋଟର ମାନଙ୍କୁ ପ୍ରଭାବିତ କଲା ଭଳି କୌଣସି କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ବଳବତର ରହିଛି। କିନ୍ତୁ, ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଏହାର ଖୋଲାଖୋଲି ଉଲଘଂନ କରୁଛନ୍ତି। ଭୁବନେଶ୍ବର ମହାନଗର ନିଗମ ଜାଗମରା ଅନ୍ତର୍ଗତ ୬୩ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନି ରୁନୁ ଜେନା ଦିବା ଆଲୋକରେ ଟଙ୍କା ବାଣ୍ଟିବା ନିର୍ବାଚନ ଆଚରଣ ବିଧି ଉଲଂଘନ। ତେଣୁ ରାଜ୍ୟ ରାଜ୍ୟ ନିର୍ବାଚନ କମିଶନ ଏହାକୁ ଗୁରୁତ୍ଵର ସହ ବିଚାର କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି।ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଗୁଣ୍ଡାଗର୍ଦ୍ଦି, ସାମ୍ବାଦିକଙ୍କୁ ମାଡ଼, ଭୋଟ ବାକ୍ସ ପାଣିକୁ ଫିଙ୍ଗିବା ଭଳି ଜଘନ୍ୟକାଣ୍ଡ ଘଟାଇଥିଲେ ବି ଏହାକୁ ସରକାରୀ କର୍ମଚାରୀମାନେ ସାହାଯ୍ୟ କରୁଥିଲେ। ଏବେ ପୌର ନିର୍ବାଚନ ପ୍ରଚାର ସମୟରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ବିଜୁ ଜନତା ଦଳର ମନ୍ତ୍ରୀମାନେ କଳ, ବଳ ନିଜ ଆୟତରେ ଦୁର୍ନୀତି କରିବାରେ ଲାଗିଛନ୍ତି। ଯାହା ସ୍ଵଚ୍ଛ ଦିବାଲୋକରେ ପରିଦୃଷ୍ଟ ହେଉଛି। ବିଜେଡି ପ୍ରାର୍ଥୀ ରୁନୁ ଜେନା ଦିନ ଦ୍ବିପହରେ ଟଙ୍କା ବାଣ୍ଟିବା ଫଟୋ ଭାରତୀୟ ଜନତା ପାର୍ଟି ପାଖରେ ରହିଛି । ଶ୍ରୀମତୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦାବି କରିଛି ବିଜେପି। ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା , ଓବିସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପତି, ରାଜ୍ୟ ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.