Home ଜିଲ୍ଲା ପରିକ୍ରମା ସପ୍ତାହକୁ ଗୋଟିଏ ଦିନ ସ୍କୁଲ ଆସୁଛନ୍ତି ଶିକ୍ଷୟତ୍ରୀ ଅବିଭାବକ ଅସନ୍ତୁଷ୍ଟ

ସପ୍ତାହକୁ ଗୋଟିଏ ଦିନ ସ୍କୁଲ ଆସୁଛନ୍ତି ଶିକ୍ଷୟତ୍ରୀ ଅବିଭାବକ ଅସନ୍ତୁଷ୍ଟ

43

ନୟାଗଡ଼ ୨୩/୦୩ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କୋଭିଡ୍ କଟକଣା ଯୋଗୁଁ ୨ ବର୍ଷ ହେଲା ସମସ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା। ଅନେକ ବିଦ୍ୟାଳୟରେ ଅନ୍‌ଲାଇନ୍‌ ପାଠପଢା ଚାଲୁଥିବା ବେଳେ ନେଟୱାର୍କ ନଥିବା ଅଂଚଳରେ ପାଠପଢା ବ୍ୟାଘାତ ହେଉଥିଲା। ସେଭଳି ଏକ ବିଦ୍ୟାଳୟ ହେଉଛି ଶଙ୍ଖଯୋଡି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ଅଗମ୍ୟ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ମାଳ ଅଂଚଳର ଶଙ୍ଖଯୋଡି ଠାରେ ସ୍ୱାଧିନତା ପୁର୍ବ ତଥା ୧୯୪୨ ମସିହାରେ ଏହି ବିଦ୍ୟାଳୟଟି ହୋଇଥିଲା। ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଅଛି। ବର୍ତ୍ତମାନ ୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିଲାବେଳେ ଶିକ୍ଷୟତ୍ରୀ ମୋନାଲିସା ମିଶ୍ର ସପ୍ତାହକୁ ଗୋଟିଏ ଦିନ ଶିକ୍ଷାଦାନ କରିବା ପାଇଁ ଆସୁଥିବା ଅଭିଯୋଗ ହେଉଛି।

ମାସକେ ୪ ଦିନ ଆସି ମାସକଯାକର ଉପସ୍ଥାନରେ ସ୍ୱାକ୍ଷରକରୀ ଦରମା ନେଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ସଭାପତି ବିପିନ୍ ବିହାରୀ ସାହୁ। ସମସ୍ତ ଅଭିଭାବକ ଗଣମାଧ୍ୟମ ଆଗରେ ମଧ୍ୟ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୭ ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ ଥିଲାବେଳେ ଆଉଜଣେ ଶିକ୍ଷକଙ୍କର ଆବଶ୍ୟକତା ଥିଲାବେଳେ ଶିକ୍ଷୟତ୍ରୀଙ୍କ ଏଭଳି ଅନୁପସ୍ଥିତ ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଯଥାପୂର୍ବ ତଥାପର ଚାଲିଛି। ଏହିଭଳି ୫ ବର୍ଷରୁ ଉର୍ଦ୍ଧ୍ବ ଶିକ୍ଷୟତ୍ରୀଙ୍କର କାର୍ଯ୍ୟକଳାପ ଚାଲିଛି ବୋଲି ବିସ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏ ସର୍ମ୍ପକେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ, ଏ ଖବର ମୋ ପାଖରେ ନଥିଲା ମୁଁ ପ୍ରଧାନ ଶିକ୍ଷକ ଓ ସି ଆର୍ ସି ଙ୍କ ଠାରୁ ପଚାରି ବୁଝି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.