Home Top News ଶ୍ରୀମନ୍ଦିରରେ ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ

ଶ୍ରୀମନ୍ଦିରରେ ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ

46

ପୁରୀ ୨୩ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ। ଏନେଇ ଦ୍ବିପ୍ରହର ଧୂପ ଅର୍ଥାତ ଅପରାହ୍ନ ୪:୩୦ଟା ଠାରୁ ରାତି ୮ଟା ୩୦ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଦ୍ବିପ୍ରହର ଧୂପ ସରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯାଇଥାଏ। ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି। ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କୁ ଶୃଙ୍ଗାର କରାଯାଇଥାଏ। ଏହି ଶୃଙ୍ଗାରକୁ ବନକ ଲାଗି କୁହାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.