ad
Coronavirus Outbreak

ବାଲିଗୁଡା ବିଧାୟକ ଚକ୍ରମଣି କଅଁର କରୋନା ଆକ୍ରାନ୍ତ

ବାଲିଗୁଡ଼ା ୧୩-୯ (ଓଡ଼ିଆ ପୁଅ) : ବାଲିଗୁଡା ବିଧାୟକ ଚକ୍ରମଣି କଅଁର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଚକ୍ରମଣି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ ହୋମ କ୍ୱାରେଣ୍ଟିନରେ ଅଛନ୍ତି।

ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନେ ସଙ୍ଗରୋଧରେ ରହିବା ସହ ନିଜକୁ କୋଭିଡ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।

ଏହା ପୂର୍ବରୁ ଗତକାଲି କେନ୍ଦ୍ରାପଡ଼ା ଏବଂ ପାଟଣାଗଡ଼ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ମୋଟ କରୋନା ଆକ୍ରାନ୍ତ ବିଧାୟକଙ୍କ ସଂଖ୍ୟା ୨୬ରେ ପହଁଚିଛି ବୋଲି ଜଣାପଡ଼ିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top