Home ଜିଲ୍ଲା ପରିକ୍ରମା ମାଲକାନଗିରି ବନାଚଂଳ ପକ୍ଷରୁ ପକ୍ଷୀ ଗଣନା, ୧୪ପ୍ରଜାତିର ୨୧୪୯ ଟି ପକ୍ଷୀ ଚିହ୍ନଟ

ମାଲକାନଗିରି ବନାଚଂଳ ପକ୍ଷରୁ ପକ୍ଷୀ ଗଣନା, ୧୪ପ୍ରଜାତିର ୨୧୪୯ ଟି ପକ୍ଷୀ ଚିହ୍ନଟ

37

ମାଲକାନଗିରି,୫ା୧(ଓଡିଆ ପୁଅ ) ଚଳିତ ଶୀତରୁତୁରେ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ସତୀଗୁଡା ଜଳଭଣ୍ଡାରରେ ଗତ ଦୁଇଦିନ ହେଲା ବନବିଭାଗ ପକ୍ଷରୁ ପକ୍ଷୀଗଣନା ଚାଲିଛି । ଶୀତର ପ୍ରକୋପ ଲାଗିରହିଥିବା ବେଳେ ଆନ୍ତଃପ୍ରବାସୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି ।ମାଲକାନଗିରି ଜିଲ୍ଲା ବନଖଣ୍ଡଅଧିକାରୀ ପ୍ରଦୀପ ମିରସେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଛଅଟି ବନାଚଂଳରେ ପକ୍ଷୀ ଗଣନା ଚାଲିଛି । ବିଶେଷ କରି ମାଲକାନଗିରି ସତୀଗୁଡା ଜଳଭଣ୍ଡାରକୁ ଚଳିତ ବର୍ଷ କିଛି ବିଦେଶୀ ପକ୍ଷୀ ଉଡିଆସିଥିବାର ଜଣାପଡିଛି । ବିଶେଷ କରି ମାଲକାନଗିରି ସତିଗୁଡା ଜଳଭଣ୍ଡାରରେ ୧୪ପ୍ରଜାତିର ୨୧୪୭ ଟିପକ୍ଷୀ ଥିବାର ଜଣାପଡିଛି,ସେମାନଙ୍କ ମଧ୍ୟରୁ ବିଦେଶାଗତ ପକ୍ଷୀ ୯୦ଟି,କଜଳପାତିଆ ୧୮ଟି,ସାରସ ୧୩ଟି,ଟିଟିଆଁ ୫ଟି,ଗୁଡି ପକ୍ଷା ୨୦୩ଟି,ମାଟିଆଡୁବିକି ୭୫୧ଟି,ହଂସରାଳ ୫୫୫ଟି,ଛୋଟପାଣି ଡୁବିକୁ ୧୫୩,ବଡବଗ୧୪,ବଗ୧୧୦,ପାଣିବଗ୭ଟି,ପାଣିକୁଆ ୭୫ଟି,ଛୋଟପାଣିକୁଆ ୧୩୫ଟି,ଅନ୍ୟପ୍ରଜାତିର ବିଦେଶାଗ ପକ୍ଷୀ ୨୦ଟି ଆଦି ପକ୍ଷୀ ଆସିଥିବାର ଗଣନାରୁ ଜଣାପଡିଛି । ଏହି ପକ୍ଷୀ ଗଣନାରେ ମାଲକାନଗିରି ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ,ବନାଚଂଳ ଅଧିକାରୀ ବାସୁଦେବ ନାୟକ,ବନପାଳ ମୁରଲି ଧର ଅନୁଗୁଳିଆ,ମୋହନଗୁଡିଆ,ରାଜେସ ସେଠୀ, ହୃଷିକେଶ ପାଣିଗ୍ରାହୀ,ବନର କ୍ଷୀ ରବିନାରାୟଣ ଖଣ୍ଡୁଆଳ, ପି.ସନ୍ତୋଷ କୁମାର,ମନତୋଷ ଦେଓ,ସାରୁ କବାସୀ ଙ୍କ ନେତୃତ୍ୱରେ ପ୍ରମୁଖ ବନବିଭାଗ କର୍ମଚାରି ମାନେ ପକ୍ଷୀଗଣନା କରିଥିଲେ ।ଗତ ବର୍ଷ ମାଲକାନଗିରି ସତିଗୁଡା ଜଳଭଣ୍ଡାରକୁ ୧୫୮୮ଟି ବିଭିନ୍ନ ପକ୍ଷୀ ଉଡିଆସିଥିବା ବେଳେ ଚଳିତ ବର୍ଷ ୧୪ପ୍ରଜାତିର ୨୧୪୭ ଟି ପକ୍ଷୀ ଆସିଥିବାର ଗଣନାରୁ ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.