Home Top News କେନ୍ଦ୍ର ବିଜେପି କୋଳରେ ବିଜେଡି – ବିଜେଡି କୋଳରେ ରାଜ୍ୟ ବିଜେପି!

କେନ୍ଦ୍ର ବିଜେପି କୋଳରେ ବିଜେଡି – ବିଜେଡି କୋଳରେ ରାଜ୍ୟ ବିଜେପି!

64

ଭୁବନେଶ୍ୱର: କେନ୍ଦ୍ର ବିଜେପି କୋଳରେ ବିଜେଡି ଏବଂ ବିଜେଡି କୋଳରେ ରାଜ୍ୟ ବିଜେପି! ମୋଦୀ ଓ ଅମିତ ଶାହାଙ୍କ କୋଳରେ ନବୀନ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ କୋଳରେ ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲ। ଏପରି ଦୁଇଟି ପୋଷ୍ଟର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟର ଦୁଇଟିର ତଳେ ନ୍ୟାସନାଲ୍ ଷ୍ଟୁଡେଣ୍ଟସ୍ ୟୁନିୟନ୍ ଅଫ୍ ଇଣ୍ଡିଆ ଲୋଗୋ ରହିଛି। ଓଡ଼ିଶା କଂଗ୍ରେସ ଭବନ ଆଗରେ ଏପରି ଦୁଇଟି ବ୍ୟାନର ଲାଗିଥିବା ନେଇ ଦାବୀ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରାଯାଉଛି। ସୂଚନାଯୋଗ୍ୟ ଯେ ତେଣେ ଅନସ୍ଥା ପ୍ରସ୍ତାବରେ ମୋଦୀ ସରକାରକୁ ନବୀନ ସରକାର ସମର୍ଥନ ଦେଇଥିବା ବେଳେ ଏଣେ ଏବେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ଅମିତ ଶାହା ଓ ନବୀନ ପଟ୍ଟନାୟକ ପରସ୍ପରକୁ ପ୍ରଶଂସା କରିବାକୁ ନେଇ ଦିଲ୍ଲୀଠାରୁ ଆରମ୍ଭ କରି ଓଡ଼ିଶାର ପଲ୍ଲୀ ପର୍ଯ୍ୟନ୍ତ ବିଜେପି – ବିଜେଡି ଭଲ ବନ୍ଧୁ, କେନ୍ଦ୍ର ବିଜେପି ପାଖରେ ବିଜେଡି ଏବଂ ବିଜେଡି ପାଖରେ ରାଜ୍ୟ ବିଜେପି ବନ୍ଧା ପଡ଼ିଛି ବୋଲି ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.