Home ଓଡ଼ିଶା ଭିନ୍ନ ଏକ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଏବଂ ସଭାପତି ପରିବର୍ତ୍ତନ ଚର୍ଚ୍ଚା ବିଜେଡି ପ୍ରାୟୋଜିତ!

ଭିନ୍ନ ଏକ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଏବଂ ସଭାପତି ପରିବର୍ତ୍ତନ ଚର୍ଚ୍ଚା ବିଜେଡି ପ୍ରାୟୋଜିତ!

1840

ବିଜେପିର ଅନ୍ତଃସ୍ୱରକୁ ବିଜେଡି ଚକ୍ରାନ୍ତର ନାମ?ଭୁବନେଶ୍ୱର:କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ପ୍ରଚାର କରାଯାଇ ଆସୁଥିଲା।କିନ୍ତୁ ଏବେ ହଠାତ,ଅପରାଜିତା ଷଡ଼ଙ୍ଗୀ ବିଜେପିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ତାଙ୍କ ନାଁ ଚର୍ଚ୍ଚା ହେଉଛି।ପ୍ରଥମ ଥର ପାଇଁ ନବୀନ ଏବଂ ଧର୍ମେନ୍ଦ୍ରଙ୍କ ପରେ ତୃତୀୟ ନାମ ଭାବରେ ଏତେ ବଡ଼ ଧରଣରେ ଅପରାଜିତାଙ୍କ ନାମ ଉଭା ହୋଇଛି।କୁହାଯାଉଛି,ଏଥିରେ ବୋଧେ ବିଚଳିତ ହୋଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଧର୍ମେନ୍ଦ୍ର ହିଁ ମୁଖ୍ୟମନ୍ତ୍ରୀ ପାର୍ଥି ବୋଲି କହିଛନ୍ତି।ପ୍ରଥମରେ ତ’ ଜୁଏଲଙ୍କର ଏପରି ଘୋଷଣା କରିବା ତାଙ୍କ ଅଧିକାର ପରିସର ବାହାରେ।କାରଣ ଏପରି ନିଷ୍ପତି କେନ୍ଦ୍ର ନେତୃତ୍ୱ ଏବଂ ପାର୍ଲିଆମେଣ୍ଟାରୀ ବୋର୍ଡ ନେଇ ଥାଆନ୍ତି।ପୁଣି ଠିକ୍ ଅପରାଜିତା ଦଳରେ ଯୋଗ ଦେବା ଦିନ ଏବଂ ମାତ୍ର କେଇ ଘଣ୍ଟା ଭିତରେ ଜୁଏଲଙ୍କ ଏହି ମନ୍ତବ୍ୟ ସିନା ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଆନନ୍ଦ ଦେଲା,କିନ୍ତୁ ଜୁଏଲଙ୍କ ଏପରି ମନ୍ତବ୍ୟ ପାଇଁ ସେ ହାସ୍ୟାଷ୍ପଦ ଏବଂ ସୋସିଆଲ ମିଡିଆରେ ଖୁବ୍ ସମାଲୋଚିତ ହେଲେ।ଏହାକୁ ପ୍ରତିହତ କରିବା ପାଇଁ ସେହି ଗୋଷ୍ଠୀ ପକ୍ଷରୁ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ଦୋଷ ଏବେ ବିଜେଡି ଉପରେ ଲଦା ଯାଉଛି।କୁହାଯାଉଛି ବିଜେପିରେ ଧର୍ମେନ୍ଦ୍ର ହିଁ ଚେହେରା।ବିଜେପି ଭିତରେ ଦ୍ଵନ୍ଦ ସୃଷ୍ଟି କରିବା ପାଇଁ ଅପରାଜିତାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଉଠାଇବା ବିଜେଡିର ଏକ ଚାଲ।

ବାସ୍ତବରେ ଏପରି ଅନ୍ୟକୁ ଦୋଷାରୋପ କରିବାରେ କେତେ ସତ୍ୟତା ଅଛି?ବିଜେଡିର ଆଚରଣରୁ ସେମାନେ ଅବଶ୍ୟ ଏନେଇ ବିଜେପି ଉପରେ ତିକ୍ଷ୍ନ ନଜର ରଖିଥିବା ଜଣାପଡ଼ୁଛି।କିନ୍ତୁ,ଅପରାଜିତଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରାଯିବା କଥା ବିଜେପି ସଙ୍ଗଠନ ଭିତରୁ ହିଁ ଉଠିଛି।ମିଛରେ ବିଜେଡିକୁ ଦୋଷାରୋପ କରି ଜୁଏଲଙ୍କ ଭୁଲକୁ ଠିକ୍ ସାବ୍ୟସ୍ତ କରିବାକୁ ଯୋଜନା କରାଯାଉଛି।ଠିକ୍ ଏହିପରି ଏକ କଥା ଏଇ ନିକଟରେ ଘଟିଥିଲା।ବିଜେପିର ତୃଣମୂଳ ସ୍ତରରୁ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସଭାପତି ହେବା ନେଇ ଚର୍ଚ୍ଚା ହେଲା।ଯେତେବେଳେ କଥା ବଢ଼ି ଚାଲିଲା,ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆସି କହିଲେ ଏହି ଗୁଜବ ସମ୍ଭବତଃ ବିଜେଡି ପକ୍ଷରୁ ସୃଷ୍ଟି କରାଯାଇଛି।ଉଭୟ ଦୋଷାରୋପ ମିଛ।ବିଜେପିର ତୃଣମୂଳ ସଙ୍ଗଠନର ଅନ୍ତଃସ୍ୱରକୁ ଦାବି ଦେବା ପାଇଁ ଚାଲ କରି ବିଜେଡି ଉପରେ ଦୋଷ ଲଦା ଯାଉଥିବା ଆଲୋଚନା ହେଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.