Home ଜିଲ୍ଲା ପରିକ୍ରମା ବଣ୍ଡାଘାଟି ଓ ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଦମନ କାର୍ଯ୍ୟକ୍ରମ ଆରମ୍ଭ

ବଣ୍ଡାଘାଟି ଓ ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଦମନ କାର୍ଯ୍ୟକ୍ରମ ଆରମ୍ଭ

157

ମାଲକାନଗିରି,୨୮ା୧୧ (ଓଡିଆ ପୁଅ)  ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦମନ କାର୍ଯ୍ୟକ୍ରମ ଗତ ୧୯ତାରିଖଠାରୁ ଆରମ୍ଭ ହୋଇ ଯାଇଛି । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା ଅଜିତକୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ସାତଟି ଯାକ ବ୍ଲକର ଦୁର୍ଗମ ଅପହଁଚ ଇଲାକାରେ ଥିବା ୫୧୦ଟି ଗ୍ରାମର ୮୫ହଜାର୯୦୦ଲୋକ ଙ୍କୁ ଏହି ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବଣ୍ଡା ଘାଟିର ୨୮ ଦୁର୍ଗମଗ୍ରାମ ଓ ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ସ୍ୱାଭିମାନ ଚଂଳର ୧୯୮ଟି  ଦୁର୍ଗମ ଗ୍ରାମ ରେ ସ୍ୱତନ୍ତ୍ର ଭାବେ  ଏହି ଦମନ କାର୍ଯ୍ୟକ୍ରମ ଚାଲିଛି । ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ସ୍ୱାଭିମାନଅଚଂଳ ରେ ସ୍ୱତନ୍ତ୍ର ଭାବେ ୧୯୮ଟି ସ୍ଥାନରେ କ୍ୟାମ୍ପ କରାଯାଇ ୩୪ହଜାର ଲୋଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାସହ ଘର ଘର ବୁଲି ମ୍ୟାଲେରିଆ,ଗର୍ଭବତୀ ମହିଳା ଓ ଶିଶୁଙ୍କ ପୃଷ୍ଟିହିନତା,ରକ୍ତହିନତା ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଟଂନ କରାଯାଇଛି,ଏହି କାର୍ଯ୍ୟପାଇଁ ଆମ୍ବୁଲାନ୍ସ ଲଚଂ ସହ ଦୁଇଟି ମଟୋରଲଚଂ କୁ କାମରେ ଲଗାଯାଇଛି ।

ଏହି ଦମନ କାର୍ଯ୍ୟକ୍ରମ ସ୍ୱାଭିମାନଅଚଂଳରେ ଚଳିତ ମାସ ୧୯ତାରିଖରୁ ଡସେମ୍ବରମାସ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଚାଂୟତର ୨୮ଟି ଦୁର୍ଗମ ଗ୍ରାମର ୩୨୦୦ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଏହା ବ୍ୟତିତ ମାଲକାନଗିରି,ମାଥିଲି,କୋରକୁଣ୍ଡା, ଖଇରପୁଟ, ଚିତ୍ରକୋଣ୍ଡା,କାଲିମେଳା,ପଡିଆ ସାତଟି ଯାକ ବ୍ଲକର ଅପହଁଚ ଇଲାକାରେ ଥିବା ଅତ୍ୟନ୍ତ ଦୁର୍ଗମ ଗ୍ରାମଗୁଡିକରେ ଏହି ଦମନ କାର୍ଯ୍ୟକ୍ରମ ଚାଲିଛି । ଏହି ଦମନ କାର୍ଯ୍ୟକ୍ରମରେ ପ୍ରତି କ୍ୟାମ୍ପରେ ଜଣେ ମହିଳା ଓ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ୨ଜଣ ଅଙ୍ଗନ ଓ୍ୟାର୍ଡିକର୍ମୀ,୨ଜଣ ଆଶାକର୍ମୀ ମାନେ ଘରଘରବୁଲି ଲୋକମାନଙ୍କୁ ବୁଝାଇ ଦମନକ୍ୟାମ୍ପକୁ ସେମାନଙ୍କୁ ଆଣି ମ୍ୟାଲେରିଆ ରୋଗ ଓ ସ୍ୱାସ୍ଥ୍ୟପରୀକ୍ଷା କରିବା ସହିତ ଔଷଧ ଦେବାର ବ୍ୟବସ୍ଥା ରହିଛି । ଏହି ଦମନ କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲାଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅମରେନ୍ଦ୍ର ନାଥ ମହାନ୍ତି,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅଜୟକୁମାର ବୈଠାରୁ, ଡିପିଏମ ପ୍ରଦିପ୍ତକେଶ ,ଜିଲ୍ଲା ଭୁତାଣୁବାହକ ପ୍ରତିରୋଧ ଅଧିକାରୀ ଅଜିତକୁମାର ଦଳେଇ, ବିଭିନ୍ନ ଦମନ କେନ୍ଦ୍ରଗୁଡିକୁ ପରିଦର୍ଶନ କରି ବିବରଣୀ ସଂଗ୍ରହ କରୁଛନ୍ତି  । ମାଲକାନଗିରି ଜିଲ୍ଲାର ୫୧୦ଟି ଅତ୍ୟନ୍ତ ଦୁର୍ଗମ ଗ୍ରାମରେ ବସବାସକରୁଥିବା ୮୫୯୦୦ ଲୋକଙ୍କୁ ଭୟାବହ ମ୍ୟାଲେରିଆ ,ରକ୍ତହିନତା,ପୁଷ୍ଟିହିନତା ରୋଗରୁ ର କ୍ଷାକରିବା ନିମନ୍ତେ ଏହି ଦମନକାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ବଣ୍ଡାଘାଟିର ଦୁର୍ଗମ ଅଣ୍ଡାହାଲ ପଚାଂୟତ ତୁଳାଗୁରମ ଗ୍ରାମ ଓ ସ୍ୱାଭିମାନଅଚଂଳର ଦୁର୍ଗମ ପଣସପୁଟ ପଚାୟଂତ ଜାମୁଗୁଡା ଗ୍ରାମରେ ସ୍ୱାସ୍ଥ୍ୟକର୍ମୀ ମାନେ ଗ୍ରାମବାସୀମାନଙ୍କୁ ପରୀକ୍ଷାକରି ଔଷଧ ବଟଂନ କରିଥିଲେ । ଏହି ଦମନ କ୍ୟାମ୍ପକୁ ଆଗ୍ରହ ସହକାରେ ବଣ୍ଡା ମହିଳା ମାନେ ନିଜ ଶିଶୁମାନଙ୍କୁ ଧରିଆସି ନିଜର ସ୍ୱାସ୍ଥ୍ୟପରୀକ୍ଷା କରୁଥିବାର ଦେଖିବାକୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.