Home ଜିଲ୍ଲା ପରିକ୍ରମା ମହର୍ଷି ମହେଶ ଯୋଗୀଙ୍କ ୧୦୨ ତମ ଜନ୍ମ ମହୋତ୍ସବ

ମହର୍ଷି ମହେଶ ଯୋଗୀଙ୍କ ୧୦୨ ତମ ଜନ୍ମ ମହୋତ୍ସବ

26

ପୁରୀ, ୧୫/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀ ରାମ ସୁନ୍ଦରାକାଣ୍ଡ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଳିପଡ଼ା ଠାରେ ଅବସ୍ଥିତ ଗୋବିନ୍ଦ ଗୋଧାମ ଗେଶାଳା ଠାରେ ଚାଲିଥିବା ରାଷ୍ଟ୍ରିୟ ରାମୟଣ ମହୋତ୍ସବର ଷଷ୍ଠ ଦିବସରେ ପ୍ରତିଦିନ ପରି ରାମାୟଣ ତେଲେଙ୍ଗାନାର ସୁରେଶ ଶାରଳା, ସରତ ଶାରଳା ରାମାୟଣ ପାଠ କରୁଥିବା ବେଳେ ମଞ୍ଚ ଉପରେ ସ୍ୱତନ୍ତ୍ର ରୂପେ ମହର୍ଷି ମହୋଶ ଯୋଗୀଙ୍କର ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ୧୦୨ ତମ ଜନ୍ମ ମହୋତ୍ସବ ପାଳିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଉତରାଖଣ୍ଡ ବଦ୍ରିନାଥ ଧାମର ୧୦୦୮ ମହା ମଣ୍ଡଳେଶ୍ୱର ବାଳକ ଯୋଗେଶ୍ୱର ଦାସଜୀ ମହାରାଜ ଯୋଗଦେଇ ମହର୍ଷି ମହେଶ ଯୋଗୀଜୀଙ୍କ ତ୍ୟାଗପୂର୍ଣ୍ଣ ଜୀବନ ବର୍ଣ୍ଣନା କରି କହିଲେ ଯେ, ଗୁରୁକୁଳରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ପ୍ରଦାନରେ ଦେଶ ଓ ବିଦେଶରେ ଏକ ଆଦର୍ଶ ଗୁରୁକୁଳମ୍ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରଥିଲେ। ସେହିପରି ଶ୍ରୀରାମ ଚନ୍ଦ୍ରଙ୍କ ଜୀବନୀ, ପିତୃସେବା, ଗୁରୁସେବା, ମୋହତ୍ୟାଗ ସମସ୍ତଙ୍କ ଜୀବନରେ ଆଦର୍ଶରୂପେ ପରିପ୍ରକାଶ ହେଉ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିବେଦନ କରିଥିଲେ। ରାମାୟଣ ବିଷୟ ଚର୍ଚ୍ଚିତ ମହାନ ମାତୃତୁଲ୍ୟ ଶବରୀ ମା’ ବିଷୟ ସମସ୍ତେ ଜାଣନ୍ତି। କିନ୍ତୁ, ଏହି ବିଷୟର ମୂଳ ବିନ୍ଦୁ ହେଉଛି ତ୍ୟାଗ, ଅନ୍ୟକୁ ଭଲ ପାଇବା, ସବୁ ପ୍ରାଣୀଙ୍କ ଭିତରେ ପ୍ରଭୁଙ୍କୁ ଦେଖିବା ଭଳି ଏଥିରେ ପ୍ରତ୍ୟେୟମାନ ହୁଏ। ୧୩ ବର୍ଷର ବାଳିକା ଗୃହସ୍ଥ ବନ୍ଧନରେ ଆବଦ୍ଧ ହେବା ପାଇଁ ଯେତେବେଳେ ଭୋଜିର ଆୟୋଜନ କରାଯାଏ, ଏହି ସମୟରେ ଭୋଜିର ଆୟୋଜନ ନିମନ୍ତେ କେତେକ ପଶୁପକ୍ଷୀ ଭୋଜୀର ବ୍ୟଞ୍ଜନ ରୂପେ ଖାଦ୍ୟରେ ବ୍ୟବହୃତ ହେବା ବୋଲି ଜାଣିବା ପରେ ସେହି ଶବରୀ ବାଳିକା ଗୃହତ୍ୟାଗ କରି ଜଙ୍ଗଲକୁ ଚାଲି ଯାଇଥିଲେ। କାରଣ, ମୋ ଖୁସି ପାଇଁ ଅନ୍ୟକୁ ହତ୍ୟା କରିବା ଆଦୌ ଉଚିତ ନୁହେଁ। ଏହି ଭାବନା ନେଇ ଗୁରୁଙ୍କ ଆଶ୍ରମରେ ପହଁଞ୍ଚି ଗୁରୁଙ୍କ ଆଶ୍ରୀତ ହୋଇଥିଲେ। ତୁ ଏଠାରେ ରହି ପ୍ରଭୁଙ୍କୁ ସେବା କର ଓ ଧ୍ୟାନ କର ପ୍ରଭୁ ଶ୍ରୀରାମ ଆସି ନିଜେ ତତେ ଦର୍ଶନ କରିବେ ବୋଲି ଗୁରୁ ପରାମର୍ଶ ଦେଇଥିଲେ। ଆଯୋଜ ଉତ୍ସବରେ ଟ୍ରଷ୍ଟର ଅବ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଜେପିର ନ୍ୟାସନ୍ୟାଲ କାଉନସିଲ ସଦସ୍ୟ ଓ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମଧୂସୂଦନ ସିଂହାରୀ ମଞ୍ଚାସୀନ ଥିଲେ। ଟ୍ରଷ୍ଟର ପ୍ରତିଷ୍ଠତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରମକ୍ତା ବିଷ୍ଣୁଦତ୍ତ ଦାସ ଉତ୍ସବର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.