Home ଜିଲ୍ଲା ପରିକ୍ରମା ପୁଲିସ୍ ଗାଡ଼ି ପୋଡ଼ି ଓ ରାସ୍ତା ଅବରୋଧ ଘଟଣାରେ ୬ ଜଣ ଗିରଫ

ପୁଲିସ୍ ଗାଡ଼ି ପୋଡ଼ି ଓ ରାସ୍ତା ଅବରୋଧ ଘଟଣାରେ ୬ ଜଣ ଗିରଫ

13

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧିନ ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲୀନଗର ଛକଠାରେ ପୋଖରୀକୁ ଡେଇଁ ଜଣେ ଭିନ୍ନକ୍ଷମ ଯୁବକ ମୃତ୍ୟୁ ଘଟଣାରେ ବୁଧବାର କେତେକ ବ୍ୟକ୍ତି ପୁଲିସ୍ ଗାଡ଼ି ପୋଡ଼ିଦେବା ସହିତ ପୁଲିସ୍‌କୁ ମାଡ଼ ମାରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହି ଘଟଣାରେ ପୋଲିସ୍ ୨୧/୨୧ରେ ୧୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ । ଗତକାଲି ରାତିରେ ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନେ ହେଲେ– ହାଟୁଆରି ଗ୍ରାମର ଅନନ୍ତ ମହାଳିକ, ରଘୁନାଥ ମହାଳିକ, ଜିଝାରପୁର ଗ୍ରାମର ଚନ୍ଦନ ମଳିକ, ସୁବାଷ ମଳିକ, ଝିଙ୍କିରିଆ ଗ୍ରାମର କାଳିଆ ମହାଳିକ ଓ ବାସୁଦେବପୁର ଥାନା ଅଧିନ ଇରମ ଗ୍ରାମର ଉମାକାନ୍ତ ମଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.