Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ବିଭିନ୍ନ ସଂଘଠନ ପକ୍ଷରୁ ରାସ୍ତାରୋକ ଓ ଧାରଣା

ନୟାଗଡ଼ରେ ବିଭିନ୍ନ ସଂଘଠନ ପକ୍ଷରୁ ରାସ୍ତାରୋକ ଓ ଧାରଣା

59

ନୟାଗଡ଼, ୨୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ଭାରତ ବନ୍ଦ ଡାକରା ପରିପ୍ରେକ୍ଷିରେ ନୟାଗଡ଼ରେ ବନ୍ଦର ପ୍ରଭାବ ପଡ଼ିଛି। ନୟାଗଡ଼ ଟ୍ରାଫିକ ଛକ ଠାରେ ନୟାଗଡ଼ର ବିଭିନ୍ନ ସଂଗଠନ, କୃଷକ ସଂଗଠନ ଓ ବିଭିନ୍ନ ଦଳ ପକ୍ଷରୁ ମଳିତ ଧାରଣା ଦିଆଯାଇ ରାସ୍ତାରୋକ କରାଯାଇଥିଲା। କେନ୍ଦ୍ର ସରକାର ଚାଷୀ ବିରୋଧୀ କୃଷି ଆଇନ ଆଣିଛନ୍ତି। ଏହାଦ୍ୱାରା ଚାଷୀ କ୍ଷତି ସହିବ ଓ ଉଦ୍ୟୋଗପତି ଲାଭବାନ ହେବେ। ସେହିପରି ୨୯ଟି ଶ୍ରମିକ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି ଏବଂ ୪ଟି ନୂଆ ଶ୍ରମ କୋର୍ଡ଼ ଲାଗୁ କରିଛନ୍ତି। ଏହା ସହ ୧୩ଟି ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି। ଏଥିଯୋଗୁଁ ଦେଶର ପ୍ରାୟ ୪୦କୋଟି ଶ୍ରମିକ କ୍ଷତିଗ୍ରସ୍ତ ହେବେ। ଓଡ଼ିଶାର ଦେଢକୋଟି ଶ୍ରମିକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ନେତୃତ୍ୱମାନେ କହିଛନ୍ତି। ଏଥିରେ କେନ୍ଦ୍ର ସରକାର କୃଷକମାରଣ ନୀତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ବନ୍ଦ ପ୍ରଭାବରେ ନୟାଗଡ଼ ଜଜ୍‌କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ, ୍ରଶ୍ରମ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଯାନାବାହାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଶ୍ରମିକ ତଥା କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, କଂଗ୍ରେସ ନେତା ମନୋ କୁମାର ସାହୁ, ରଣଜିତ ଦାଶ, ହୁସେନ ଖାଁ ପ୍ରମୁଖ ଆେନ୍ଦୋଳନର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.