ରାଜକୋଟ ନଭେମ୍ବର ୨୭ (ଓଡିଆ ପୁଆ) ଶୁକ୍ରବାର ଦିନ ଗୁଜୁରାଟର ରାଜକୋଟସ୍ଥିତ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୬ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜକୋଟରେ ଉଦୟ ଶିବାନନ୍ଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା ଯେଉଁଠାରେ କରୋନାର ୩୩ ରୋଗୀ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ସର୍ଟ ସର୍କିଟ ଯୋଗୁଁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା।
ଡାକ୍ତରଖାନାର ଆଇସିୟୁ ୟୁନିଟରେ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ଭର୍ତ୍ତି ହୋଇଥିଲେ, ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମ୍ୟୁନିସିପାଲିଟି କମିଶନର ଉଦିତ ଅଗ୍ରୱାଲଙ୍କ ଅନୁଯାୟୀ, ମାମଲାର ସୂଚନା ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ଦିଆଯାଇଛି ଏବଂ ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
Gujarat: Six people died after a fire broke out at Shivanand COVID Hospital in Rajkot, last night. CM Vijay Rupani has ordered a probe into the incident. The cause of the fire is yet to be ascertained.
— ANI (@ANI) November 27, 2020