Home ଓଡ଼ିଶା ଭଦ୍ରକ ପୁରୁଣାବଜାରରେ ପୁଲିସ-ଜନତା ମୁହାଁମୁହିଁ : ବଦଳିଲେ ଆଇଆଇସି, ଆଇଜିଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ

ଭଦ୍ରକ ପୁରୁଣାବଜାରରେ ପୁଲିସ-ଜନତା ମୁହାଁମୁହିଁ : ବଦଳିଲେ ଆଇଆଇସି, ଆଇଜିଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ

314

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୁରୁଣାବଜାର ତିନିଛକି ନିକଟରେ ରାସ୍ତାରେ ଏକ ସ୍କୁଟି ପାର୍କିଂ କରିବା ଘଟଣାରେ ଆଜି ୯ଟା ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା କ୍ରମଶଃ ଉଗ୍ରରୂପ ନେିଥିଲା। ତେବେ ଭଦ୍ରକ ଗସ୍ତରେ ଥିବା ଆଇଜି ଦୀପ୍ତେଶ ପଟନାୟକ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଥାନାଧିକାରିଣୀ ଇନିସପେକ୍ଟର ପ୍ରଜ୍ଞା ମହାନ୍ତିଙ୍କୁ ହେଡକ୍ୱାର୍ଟରକୁ ବଦଳି କରିଛନ୍ତି। ପୁରୁଣାଜାର ତିନିଛକିରେ ରାତିରେ ୯ଟାରେ ଏଭଳି ଅଘଟଣ ଘଟିଛି। ଆଇଆଇସି ଶ୍ରୀମତୀ ମହାନ୍ତି ପେଟ୍ରୋଲିଂ କରୁଥିବା ବେଳେ ଏକ ଲୁଗାଦୋକାନ ଆଗରେ ଥିବା ସ୍କୁଟିର ଚାବିକୁ କାଢିନେବା ସହିତ ଲୁଗାଦୋକାନ ଆଗରେ ଥିବା ଡ୍ରେସକୁ ଫୋପାଡି ଥିବା ଅଭିଯୋଗ ହୋଇଛି। ତେବେ ଆଇଆଇସିଙ୍କ ଏହି ପଦକ୍ଷେପକୁ ବିରୋଧ କରି ସ୍ଥାନୀୟ ଲୋକେ ତାଙ୍କ ସହ ବଚସା କରିବା ପରିସ୍ଥିତିକୁ ଉତେଜନାପୂର୍ଣ୍ଣ କରିଥିଲା। ପରେ ପୁଲିସ-ପବ୍ଲିକ ମୁହାଁମୁହିଁ ହୋିଥିଲେ। ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା। ତେବେ ସ୍ଥିତି କ୍ରମଶଃ ଅଣାୟତ ହେଉଥିବା ବେଳେ ବୁଢାଗଣେଶ କମିଟିର ବନ୍ଧୁମିଳନ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଆଇଜି ଦୀପ୍ତେଶ ପଟନାୟକ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆଇଆଇସି ଶ୍ରୀମତି ମହାନ୍ତିଙ୍କୁ ହେଡକ୍ୱାର୍ଟରକୁ ବଦଳି କରିବା ସହ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ହେବ ବୋଲି ଘୋଷଣା କରିଥିଲେ। ପରେ ସ୍ଥିତି ଶାନ୍ତ ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.