Home ଓଡ଼ିଶା ବିଜେପି ପକ୍ଷରୁ ବାଙ୍କି ବ୍ଲକ ଘେରାଉ

ବିଜେପି ପକ୍ଷରୁ ବାଙ୍କି ବ୍ଲକ ଘେରାଉ

467

ଭୁବନେଶ୍ୱର;୩୦,ଅକ୍ଟୋବର:ବିଜେଡି ଶାସନରେ ପିସି,ଦୁର୍ନୀତି,ଭ୍ରଷ୍ଟାଚାର ଏବଂ ପ୍ରିୟାପ୍ରୀତି ତୋଷଣ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଚାଲିଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ଦିନ କଟକ ଜିଲ୍ଲା ବାଙ୍କି ବ୍ଲକ ଘେରାଉ ହୋଇଛି।ଯଦି ପଞ୍ଚାୟତଠାରୁ ଆରମ୍ଭ କରି ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ପ୍ରତିନିଧି ବିଜେଡିର,ତେବେ ସମସ୍ତ ଦୁର୍ନୀତି,ଭ୍ରଷ୍ଟାଚାର,ପିସିି କାରବାରରେ ମଧ୍ୟ ବିଜେଡି ନେତାଙ୍କ ହାତ ରହିଛି ବୋଲି ବିଜେପି ଅଭିଯୋଗ କରିଛି।ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ସମ୍ପାଦିକା ଡଃ:ଲେଖାଶ୍ରୀ ସାମନ୍ତସିଂହାର ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା ବାଙ୍କି ପ୍ରଭାରୀ ସ୍ମୃତି ପଟ୍ଟନାୟକ।ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମଜା ଦେବତା,ଅଜୟ ସ୍ୱାଇଁ,ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମେତ ବିଜେପିର ସ୍ଥାନୀୟ ପଦାଧିକାରୀ,କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ଲୋକ ଏଥିରେ ସାମିଲ ହୋଇଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.