Home Top News ଭୁପେନ୍ଦ୍ର ପଟେଲ ଦ୍ୱିତୀୟ ଥର ପାଇଁ ହେବେ ଗୁଜରାଟର ମୁଖ୍ୟମନ୍ତ୍ରୀ : ବିଧାନସଭା ଦଳ ବୈଠକରେ...

ଭୁପେନ୍ଦ୍ର ପଟେଲ ଦ୍ୱିତୀୟ ଥର ପାଇଁ ହେବେ ଗୁଜରାଟର ମୁଖ୍ୟମନ୍ତ୍ରୀ : ବିଧାନସଭା ଦଳ ବୈଠକରେ ଲାଗିଲା ମୋହର, ୧୨ରେ ଶପଥ

59

ଗାନ୍ଧିନଗର ୧୦-୧୨ (ଓଡ଼ିଆ ପୁଅ) : ଗୁଜୁରାଟରେ ଭାରତୀୟ ଜନତା ଦଳ ଭୁପେନ୍ଦ୍ର ପଟେଲ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଗାନ୍ଧିନଗରରେ ବିଜେପି ବିଧାନସଭା ପାର୍ଟି ବୈଠକରେ ଭୁପେନ୍ଦ୍ର ପଟେଲଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି। ଆସନ୍ତା ୧୨ ରେ ହେବ ଶପଥ ଗ୍ରହଣ ସମାରୋହ।

ବିଜେପିର ରାଜ୍ୟ ମୁଖ୍ୟାଳୟ ‘କମଲମ’ରେ ଏହି ସଭା ଅନୁଷ୍ଠିତ ହୋଇଥିଲା ଏବଂ ବିଧାୟକମାନେ ଭୁପେନ୍ଦ୍ର ପଟେଲଙ୍କ ନାମକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। ବରିଷ୍ଠ ନେତା ରାଜନାଥ ସିଂ, ବିଏସ ୟେଦୁରୁପ୍ପା ଏବଂ ଅର୍ଜୁନ ମୁଣ୍ଡା ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟଯେ, ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୫୬ ଟି ଆସନ ପାଇ ବିଜେପି ଐତିହାସିକ ବିଜୟ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.