Home ଆନ୍ତର୍ଜାତୀୟ କରୋନା ଭାଇରସ୍ : ଚୀନ ନାଗରିକ ଏବଂ ବିଦେଶୀମାନଙ୍କ ପାଇଁ ଭାରତ ଇ-ଭିସା ସୁବିଧା ଉପରେ...

କରୋନା ଭାଇରସ୍ : ଚୀନ ନାଗରିକ ଏବଂ ବିଦେଶୀମାନଙ୍କ ପାଇଁ ଭାରତ ଇ-ଭିସା ସୁବିଧା ଉପରେ ଲଗାଇଲା ରୋକ

1359

ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଚୀନ ନାଗରିକ ଏବଂ ବିଦେଶୀମାନଙ୍କପାଇଁ ଭାରତ ନିଳମ୍ବିତ କରିଛି ଇ-ଭିସା ସୁବିଧା। କରୋନା ଭାଇରସ୍ ରେ ୧୪,୫୬୨ ଲୋକ ସଂକ୍ରମିତ ହେବାର ପୁଷ୍ଟି ହୋଇଛି।

ଭାରତ ଦ୍ୱିତୀୟ ପାଳୀରେ କରୋନା ଭାଇରସ୍ ରେ ସବୁଠାରୁ ଅଧିକ ପ୍ରଭାବିତ ୱୁହାନ (Wuhan) ରେ ଫଶିଥିବା ୩୨୩ ଭାରତୀୟ ଏବଂ ମାଳଦ୍ୱୀପର ସାତଜଣ ନାଗରିକଙ୍କୁ ରବିବାରଦିନ ଆଣିଛି।

ଭାରତ ଏହି ପଦକ୍ଷେପ ଚୀନରେ କରୋନା ଭାଇରସ୍ ର ସଂକ୍ରମଣରେ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ପରେ ନେଇଛି। ୧୪,୫୬୨ ଲୋକମାନଙ୍କୁ ସଂକ୍ରମିତ ହେବା ପରେ ଭାରତ, ଆମେରିକା, ବ୍ରିଟେନ ସହିତ ୨୫ ଟି ଦେଶ ଏହାର ପ୍ରସାରକୁ ନଜରରେ ରଖି ଏହିପରି ପଦକ୍ଷେପ ଉଠାଇଛନ୍ତି।

ଫିଲିପାଇନ୍ସରେ କରୋନା ଭାଇରସ୍ କାରଣରୁ ରବିବାରଦିନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ଭୁତାଣୁ କାରଣରୁ ଚୀନ ବାହରେ କୌଣସି ଅନ୍ୟ ଦେଶରେ ଏହି କାରଣରୁ ମୃତ୍ୟୁ ହେବାର ଏହା ପ୍ରଥମ ମାମଲା ଅଟେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ରବିବାରଦିନ ଏହାର ସୂଚନା ଦେଇଛି। ଏହାର କିଛି ସମୟ ପୂର୍ବରୁ ଚୀନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ପ୍ରକାଶ କରିଛି ଶନିବାର ପର୍ଯ୍ୟନ୍ତ ଏହି ଭୁତାଣୁ କାରଣରୁ ସର୍ବମୋଟ ୩୦୪ ଲୋକଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.