Home Coronavirus Outbreak ମ୍ୟୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ ଡିଜିଜ୍ ଘୋଷଣା କଲା ଆସାମ

ମ୍ୟୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ ଡିଜିଜ୍ ଘୋଷଣା କଲା ଆସାମ

72

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) କର୍ଟିକୋ ଷ୍ଟେରଏଡ ଅଧୀନରେ ଥିବା COVID-୧୯ ରୋଗୀଙ୍କ ମଧ୍ୟରେ ମୁକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ରୋଗର ବୃଦ୍ଧି ହେତୁ ମ୍ୟୁକୋରେମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ଡିଜିଜ୍ ଭାବରେ ଘୋ,ଣା କରିଛନ୍ତି ଆସାମ୍‌ ସରକାର।

ଏହି ରୋଗ ବିଶେଷ କରି କରୋନା ଚିକିତ୍ସାରେ ଷ୍ଟେରଏଡ୍ ବ୍ୟବହାର କରିବା ପରେ କିଛି ରୋଗୀଙ୍କ ମଧ୍ୟରେ ଦେଖାଯାଉଛି।

ସୂଚନାଯୋଗ୍ୟଯେ, ପ୍ରଥମେ ରାଜସ୍ଥାନ ଏହାକୁ ଏପିଡେମିକ୍‌ ଘୋଷଣା କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହାକୁ ଏପିଡେମିିକ୍ ରୋଗ ଅଧିନିୟମ -୧୮୯୭ ଅନୁଯାୟୀ ମ୍ୟୁକୋରେମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ନୋଟିଫିଏବଲ୍‌ଡିଜିଜ୍ /ମହାମାରୀ ଭାବରେ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇସାରିଛନ୍ତି। ଏହାର ଚିକିତ୍ସା ମନିଟରିଂ ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ ହୋଇସାରିଛି। କମିଟି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏଭଳି ରୋଗୀଙ୍କ ଘଟଣା ଉପରେ ନଜର ରଖିବ ଏବଂ ଚିହ୍ନଟ ହେଲେ ଏଭଳି ମାମଲା ଶୀଘ୍ର ଚିହ୍ନଟ ଏବଂ ପରିଚାଳନା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.