Home Coronavirus Outbreak କରୋନା ନେଲା ଆଉ ଜଣେ ପ୍ରବାସୀ ଓଡ଼ିଆଙ୍କ ଜୀବନ: ରାଜ୍ୟସଭା ସଚିବାଳୟର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ...

କରୋନା ନେଲା ଆଉ ଜଣେ ପ୍ରବାସୀ ଓଡ଼ିଆଙ୍କ ଜୀବନ: ରାଜ୍ୟସଭା ସଚିବାଳୟର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ ସାହୁଙ୍କର କରୋନାରେ ନିଧନ

159

ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) କରୋନା ନେଇଗଲାଣି ଅନେକ ପ୍ରବାସୀ ଓଡ଼ିଆଙ୍କର ଜୀବନ। ପୁଣି ଏକ ଦୁଃଖଦ ଖବର ଆସିଛି। ରାଜ୍ୟସଭା ସଚିବାଳୟରେ କାର୍ଯ୍ୟରତ ଅଶୋକ କୁମାର ସାହୁଙ୍କର କରୋନାରେ ମୃତ୍ୟୁ ହୋଇଛି। ସେ କରୋନା ସଂକ୍ରମିତ ହୋଇ ଦିଲ୍ଲୀସ୍ଥିତ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି। ସେ ଦିଲ୍ଲୀରେ ସରକାରୀ କାର୍ଯ୍ୟ ସହିତ ଅନେକ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହିତ ସଂଯୁକ୍ତ ଥିଲେ। ସେ ଗତ ମଇ ୫ ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ୧୦ ତାରିଖ ଦିନ LNJP ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା।

ଶ୍ରୀ ସାହୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଗଙ୍ଗାଧରପୁର ଗାଁର ମୁଳ ବାସୀନ୍ଦା। ବିଜେପି କଲେଜ ପରେ ବାଣିବିହାରରୁ ପିଜି ସାରିବା ପରେ ସେ ଜବାହାରଲାଲ ନେହେରୁ କଲେଜରେ ଅଧ୍ୟୟନ କରିଥିଲେ ପରେ ସେ ସଂସଦ ସଚିବାଳୟରେ ନିଜର ଚିକିରି ଜୀବନ ଆରମ୍ଭ କରିଥିଲେ। ତାଙ୍କ ନିଧନରେ ପ୍ରବାସୀ ଓଡ଼ିଆଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ଆଜି ଦୁଇ ଜଣ ପ୍ରବାସୀ ଓଡ଼ିଆଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଜି ସକାଳେ ରାମମନୋହର ଲୋହିୟା ହସ୍ପିଟାଲର ପୂର୍ବତନ ପ୍ରଫେସର ତଥା ଜେନେରାଲ ସର୍ଜରୀ ଡିପାର୍ଟମେଣ୍ଟର ପୂର୍ବତନ ପ୍ରଫେସର ତଥା ଡାକ୍ତର ଉପେନ୍ଦ୍ର ବିଶ୍ୱାଳଙ୍କର କରୋନାରେ ପରଲୋକ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.