Home ଅପରାଧ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ !

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ !

103

ନୟାଗଡ଼, ୨୭ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ପୁରୁଣା ସହର ଦାଣ୍ଡସାହିରେ ଜଣେ ଅବିବାହିତା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଯୁବତୀଙ୍କ ନାମ ସ୍ୱାଗତିକା ମହାପାତ୍ର(ପୂଜା)(୨୩) ଓ ସେ କେମିତି ମୃତ୍ୟୁ ବରଣ କଲେ ଓ କାହିଁକି ତାହା ସନ୍ଦେହ ଘେରରେ ରହିଥିବା କୁହାଯାଉଛି। ମଙ୍ଗଳବାର ପୂର୍ବାହ୍ନରେ ଛାତ ଘର ଉପରେ ସ୍ୱାଗତିକାଙ୍କ ମୃତ ଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତେବେ ମୃତା ସ୍ୱାଗତିକା ଦେହରେ କିରୋସିନି ଢାଳିହୋଇ ମୃତ୍ୟୁ ବରଣ କରିଥିବା ନୟାଗଡ଼ ଟାଉନଥାନା ଅଧିକାରୀ ପ୍ରକାଶ କରିଥିବାବେଳେ ଏନେଇ ଥାନାରେ ୫/୧୮ରେ ଏକ ଅପମୃତ୍ୟୁ ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.