Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ଭଲି ଟୁର୍ଣ୍ଣାମେଣ୍ଟରେ ଭଦ୍ରକ ଦଳ

ରାଜ୍ୟସ୍ତରୀୟ ଭଲି ଟୁର୍ଣ୍ଣାମେଣ୍ଟରେ ଭଦ୍ରକ ଦଳ

22

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଠାରୁ ବାଲେଶ୍ୱର ଜିଲ୍ଲା ରେମୁଣା ଭିମପୁର ସ୍ଥିତ କ୍ରିଡ଼ା ଛାତ୍ରବାସରେ ୪ଦିନ ଧରି ରାଜ୍ୟସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ଭଲି ଦଳ ଭାଗ ନେଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତର କ୍ରିଡ଼ା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀଙ୍କ ପ୍ରଶିକ୍ଷଣ ଓ ପ୍ରଭାତ କୁମାର ଜେନାଙ୍କ ପରିଚାଳନାରେ ୧୨ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ବନ୍ତର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ୧୨ଜଣ ଖେଳାଳିଙ୍କୁ ଚୟନ କରାଯିବ,ସେମାନେ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.