Home Top News ଜୁନ୍ ୯ରେ ଅପରାଜିତାଙ୍କ ରାଜନଗର ଗସ୍ତ: ପ୍ରସ୍ତୁତି ବୈଠକ ସଂପର୍ଣ୍ଣ

ଜୁନ୍ ୯ରେ ଅପରାଜିତାଙ୍କ ରାଜନଗର ଗସ୍ତ: ପ୍ରସ୍ତୁତି ବୈଠକ ସଂପର୍ଣ୍ଣ

91

ଭୁବନେଶ୍ବର/କେନ୍ଦ୍ରାପଡ଼ା: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ଜୁନ୍ ୯’ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗସ୍ତରେ ଯିବେ। “ଗୋପବନ୍ଧୁ ଜନସେବା ସଂଘ”ର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ଅପରାଜିତା ରାଜନଗର ଯିବେ। “ଗୋପବନ୍ଧୁ ଜନସେବା ସଂଘ” ପକ୍ଷରୁ ହାଇସ୍କୁଲ ପଡ଼ିଆରେ ଏକ ଜନସଭା ଆୟୋଜିତ ହେବ। ସାଂସଦ ଅପରାଜିତା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ସେଠାରେ ଏକ ପଦଯାତ୍ରା ଆୟୋଜିତ ହେବ। ପଦଯାତ୍ରାରେ ଯାଇ ଅପରାଜିତା ଜନସଭାରେ ଉଦ୍ବୋଧନ ଦେବେ। ସେହିପରି, ରାସ୍ତାରେ ପଟାମୁଣ୍ଡାଇ ଠାରେ ଅପରାଜିତାଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାନବଡ଼, ଗୋପାଳପୁର ସ୍ଥିତ ନିଳାଦ୍ରୀ ବିହାରୀ ମଣ୍ଡପରେ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏଥିରେ “ଟିମ୍ ଅପରାଜିତା”ର ପ୍ରମୂଖ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକଙ୍କ ସମେତ ମନ୍ମଥ ମଲ୍ଲିକ, ଜୀବନ ସାହୁ, ନିଶିକାନ୍ତ ନାୟକ ଏବଂ ବିଭୁପ୍ରସାଦ ପଣ୍ଡା ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ଏବଂ ଖସଡ଼ା ପ୍ରସ୍ତୁତ କରିଛନ୍ତି।
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.