Odiapua.com

ଉଗାଣ୍ଡାରେ ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀ: ପ୍ରତିନିଧି ମଣ୍ଡଳୀରେ ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୨୨ ରୁ ୨୯ ସେପ୍ଟେମ୍ବର ଯାଏଁ ଦକ୍ଷିଣ ଆଫ୍ରିକା ଉଗାଣ୍ଡାର କମ୍ପାଲାଠାରେ ଆୟୋଜିତ ହେବ ୬୪ତମ ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀ (କମନୱେଲଥ୍ ପାର୍ଲିଆମେଣ୍ଟାରୀ କନ୍ଫରେନ୍ସ)।କମନୱେଲଥ୍ ପାର୍ଲିଆମେଣ୍ଟାରୀ ଆସୋସିଏସନ୍, ଉଗାଣ୍ଡା ଏହାର ଆୟୋଜନ କରୁଛି।ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଭାରତୀୟ ସଂସଦରୁ ମନୋନୀତ ଏକ ପ୍ରତିନିଧି ଦଳ ସମ୍ମିଳନୀରେ ଯୋଗଦେବା ପାଇଁ ଉଗାଣ୍ଡା ଯିବେ।ଭାରତୀୟ ପ୍ରତିନିଧି ଦଳ ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଛନ୍ତି।ଏହାସହ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ, ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ଭି. ହନୁମତ ରାଓ ମଧ୍ୟ ଭାରତୀୟ ପ୍ରତିନିଧି ଦଳରେ ଥିବା ଜଣାପଡ଼ିଛି।ସମ୍ମିଳନୀରେ ବିଶ୍ୱର ୫୪ଟି ଦେଶରୁ ପ୍ରାୟ ୫୦୦ ପ୍ରତିନିଧି ଯୋଗଦେବେ ବୋଲି ଜଣାପଡ଼ିଛି।//ଦେବଦତ୍ତ ରଥ

ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!