Home Top News ପ୍ରେସିଡେଣ୍ଟଙ୍କୁ ପିଏ କରିଦେଲେ ସାଂସଦ ଅପରାଜିତା !

ପ୍ରେସିଡେଣ୍ଟଙ୍କୁ ପିଏ କରିଦେଲେ ସାଂସଦ ଅପରାଜିତା !

84

ଭୁବନେଶ୍ୱର: ପ୍ରେସିଡେଣ୍ଟଙ୍କୁ ପିଏ କରି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ! ଖୋର୍ଦ୍ଧା ଜିଲ୍ଲା ବିଜେପି ପ୍ରେସିଡେଣ୍ଟ (ସଭାପତି) ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଏ (ପର୍ସନାଲ୍ ଆଟେଣ୍ଡାଣ୍ଟ) ବ୍ୟକ୍ତିଗତ ସହାୟକ ପରି କାମ କରୁଛନ୍ତି। ପଦବୀର ପଦ ମର୍ଯ୍ୟଦା ରଖୁନାହାଁନ୍ତି ଜିଲ୍ଲା ସଭାପତି। ଏଥିନେଇ ଖୋର୍ଦ୍ଧା ଜିଲ୍ଲା ବିଜେପି ଭିତରେ ପ୍ରବଳ ଅସନ୍ତୋଷ ରହିଛି। ଜିଲ୍ଲାରେ ବିଜେପିର କାମ କିପରି ହେବ ତାହା ପ୍ରତି ଗୁରୁତ୍ୱ ନଦେଇ ସେ କେବଳ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଛରେ ଗୋଡ଼ାଉଛନ୍ତି। ଜିଲ୍ଲା ଭିତରୁ ବାହାରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କ’ଣ, କଳାହାଣ୍ଡି ଠାରୁ କୋରାପୁଟ, ଭଦ୍ରକ ଠାରୁ ଭଂଜନଗର ଯାଏଁ ଅପରାଜିତାଙ୍କର ଯେଉଁଠି କାର୍ଯ୍ୟକ୍ରମ ହେଉଛି, ସେଠାକୁ ଦୌଡ଼ୁଛନ୍ତି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର। ଅବଶ୍ୟ ସେ ଉପରେ ପଡ଼ି ଯାଉନାହାଁନ୍ତି। ଅପରାଜିତା ତାଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି। ବାସ୍ତବରେ ରାଜ୍ୟ ତରଫରୁ ଏକଦା ରଶ୍ମି ମହାପାତ୍ରଙ୍କୁ ସଭାପତି ପଦରୁ ହଟାଇ ଡ. ଯତୀନ ମହାନ୍ତିଙ୍କୁ ଜିଲ୍ଲା ସଭାପତି କରି ଦିଆଯାଇଥିଲା। କିନ୍ତୁ, ଅପରାଜିତା ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସଂପର୍କ କରି, ଅଡ଼ିବସି ରାଜ୍ୟ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ। ସେବେକାର ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ତାଙ୍କ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ବଡ଼ ଅପଦସ୍ତ ହୋଇଥିଲେ। ମନ୍ତ୍ରୀଙ୍କୁ ବି ଝଟକା ଲାଗିଥିଲା। ରଶ୍ମୀ ମହାପାତ୍ର ପୁଣି ସଭାପତି ରହିଲେ। ଅର୍ଥାତ୍ ଅପରାଜିତାଙ୍କ ଅନୁଗ୍ରହରେ ସେ ଆଜି ସଭାପତି ଅଛନ୍ତି। ତେଣୁ, ଆନୁଗତ୍ୟ ରହିବନି ବା କେମିତି?କିନ୍ତୁ, ଆନୁଗତ୍ୟର ମାତ୍ରା ଏତେ ଅଧିକ ହୋଇଯାଉଛି ଯେ, ଜିଲ୍ଲା ସଭାପତି ପଦବୀର ପଦମର୍ଯ୍ୟଦା ରହୁନି। ସମାଲୋଚନା ଭିତରେ ମଧ୍ୟ ଯେମିତି ଯାହା ଚାଲି ଆସିଥିଲା। ଗତ ରାମ ନବମୀ ଦିନ ତାହା ମାତ୍ରାଧିକ ହୋଇଗଲା। ସଂଘ ପରିବାର ପକ୍ଷରୁ ଖୋର୍ଦ୍ଧାରେ ଆୟୋଜିତ ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୋଗ ନଦେଇ କଟକରେ ଆୟୋଜିତ ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୋଗଦେବାକୁ ଅପରାଜିତାଙ୍କ ସହିତ କଟକ ଦୌଡ଼ିଥିଲେ ଖୋର୍ଦ୍ଧା ଜିଲ୍ଲା ସଭାପତି। ଏହାକୁ ନେଇ ଜିଲ୍ଲାରେ ବିଜେପି ସମେତ ସଂଘ ପରିବାର ବିବିଧ କ୍ଷେତ୍ର ମଧ୍ୟରେ ତାଙ୍କ ପ୍ରତି ଏକ ଅସନ୍ତୋଷ ବୃଦ୍ଧି ପାଇଛି। ତାଙ୍କୁ କୁଆଡ଼େ ଆଗାମୀ ଖୋର୍ଦ୍ଧା ଟିକେଟ୍ ମିଳିବ ବୋଲି ତାଙ୍କୁ କୁଆଡ଼େ ମ୍ୟାଡମ୍ କହିଛନ୍ତି ବୋଲି ସେ କହି ବୁଲୁଥିବା ବେଳେ ଜିଲ୍ଲାରେ କିନ୍ତୁ ଦଳ ଭିତରେ ଉପରୁ ତଳସ୍ତର ଯାଏଁ କର୍ମୀ ଜିଲ୍ଲା ସଭାପତିଙ୍କ ଉପରେ ହସୁଛନ୍ତି!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.