Home Top News କାଲି ଲୁଚୁଥିଲେ ଆଜି ଦେଖାଦେଲେ: ଅପରାଜିତାଙ୍କ ମଞ୍ଚରେ ଅପରାଜିତାଙ୍କୁ ଲୁଚୁଥିବା ନେତାନେତ୍ରୀ!

କାଲି ଲୁଚୁଥିଲେ ଆଜି ଦେଖାଦେଲେ: ଅପରାଜିତାଙ୍କ ମଞ୍ଚରେ ଅପରାଜିତାଙ୍କୁ ଲୁଚୁଥିବା ନେତାନେତ୍ରୀ!

93

ଭୁବନେଶ୍ୱର/ଭଦ୍ରକ: କାଲି ଲୁଚୁଥିଲେ ଆଜି ଦେଖାଦେଲେ! କାଲି ଅପରାଜିତାଙ୍କୁ ଲୁଚୁଥିବା ନେତାନେତ୍ରୀଙ୍କୁ ଆଜି ଅପରାଜିତାଙ୍କ ମଞ୍ଚରେ ମଞ୍ଚାସୀନ ହେବାର ଦେଖିବାକୁ ମିଳିଲା। ଏପରି ଘଟିଛି ଭଦ୍ରକ ଜିଲ୍ଲା ବିଜେପିରେ। ଏବେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ସମେତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଅନେକ ଗୁଡ଼ିଏ ନେତାନେତ୍ରୀଙ୍କୁ ମଞ୍ଚାସୀନ ହେବାର ଦେଖିବାକୁ ମିଳିଲା। ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା। ପୂର୍ବେ ଅପରାଜିତା ଭଦ୍ରକ ଗସ୍ତରେ ଗଲେ ଜିଲ୍ଲା ସଭାପତିଙ୍କ ସମେତ ଏସବୁ ନେତାନେତ୍ରୀ ଲୁଚୁଥିଲେ। ଏପରିକି ଜିଲ୍ଲାର ଜଣେ ବରିଷ୍ଠ ନେତାଙ୍କ ବିୟୋଗ ପରେ ତାଙ୍କ ଘରକୁ ଶଙ୍ଖୁଳେଇବା ପାଇଁ ଯାଇଥିବା ବେଳେ ଅପରାଜିତାଙ୍କୁ ଲୁଚିଥିଲେ ସ୍ୱର୍ଗତ ନେତାଙ୍କ ରାଜନୀତିଆ ପୁଅ। କୁଆଯାଏ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଅବା ଧର୍ମେନ୍ଦ୍ରଙ୍କୁ ଖୁସି କରାଇବା ପାଇଁ ଏମାନେ ଅପରାଜିତାଙ୍କୁ ଲୁଚୁଥିଲେ। ଏମିତିରେ ଅପରାଜିତା ରାଜ୍ୟରେ ଯେଉଁ ସ୍ଥାନକୁ ଯାଆନ୍ତି ସେଠାରେ ସ୍ଥାନୀୟ ବିଜେପି ନେତାନେତ୍ରୀଙ୍କୁ ଦେଖାଯାଏନି। ଜିଲ୍ଲା ସଭାପତି ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ କିମ୍ବା ସ୍ଥାନୀୟ କେହି ରାଜ୍ୟ ସ୍ତରୀୟ ନେତାଙ୍କୁ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଦେଖାଯାଏନି।ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ନେତାଙ୍କ ଖାସ୍ ଅନୁଗତ ମାନଙ୍କ ପାଖରୁ ଅପରାଜିତାଙ୍କ କାର୍ଯ୍ୟକ୍ରମରେ କେହି ସାମିଲ୍ ନହେବା ପାଇଁ ହୁଇପ୍ ଜାରୀ ହୁଏ (ନିର୍ଦ୍ଦେଶ ଆସେ) ବୋଲି କୁହାଯାଏ। କିନ୍ତୁ, ଏବେ ଆଉ କାମ କଲାନି ମୁଣ୍ଡିଆଳଙ୍କ ହୁଇପ୍! ଭଦ୍ରକରୁ ତାହା ଆରମ୍ଭ ହେଲା। ହୁଏତ ଏଥର ସାରା ଓଡ଼ିଶାରେ ଏପରି ଦେଖିବାକୁ ମିଳିବ। ଏହାକୁ ନେଇ ଭଦ୍ରକ ବିଜେପିକୁ ଆକ୍ଷେପ କରି ଏବେ ସୋସିଆଲ୍ ଲେଖାଯାଉଛି, ସମୟ ଥିଲା ଅପରାଜିତାଙ୍କୁ ଭଦ୍ରକ ମାଟିକୁ ନେତା ପଶିବାକୁ ଦେଉନଥିଲେ। ଏବେ ବିରାଟ ପଟୁଆରରେ ଶୋଭାଯାତ୍ରା କରୁଛନ୍ତି। ସମୟ ସବୁବେଳେ ପରିବର୍ତ୍ତନଶୀଳ!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.