Home Top News ନିଜେ ବିଶୃଙ୍ଖଳିତ, ଶୃଙ୍ଖଳା ଶିଖାଉଛନ୍ତି କାହାକୁ?

ନିଜେ ବିଶୃଙ୍ଖଳିତ, ଶୃଙ୍ଖଳା ଶିଖାଉଛନ୍ତି କାହାକୁ?

37

ଭୁବନେଶ୍ୱର: ଶୃଙ୍ଖଳା ଶିଖାଉଛନ୍ତି ବିଶୃଙ୍ଖଳିତ କାଳୁ! ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଖୋର୍ଦ୍ଧା ଆସନରୁ ପାର୍ଥି ହୋଇଥିବା କାଳୁଚରଣ ଖଣ୍ଡୟତରାୟ କର୍ମୀଙ୍କୁ ଶିଖାଉଛନ୍ତି ଶୃଙ୍ଖଳା। ୨୦୧୯ ନିର୍ବାଚନ ପୂର୍ବରୁ ଦଳକୁ ଆସିଥିବା କାଳୁ ଦଳର ପୂରୁଖା କର୍ମୀଙ୍କୁ ଶିଖାଉଛନ୍ତି ଶୃଙ୍ଖଳା। କିନ୍ତୁ ତାଙ୍କ ନିଜ ପାଖରେ ଶୃଙ୍ଖଳା ଜ୍ଞାନର ଘୋର ଅଭାବ। ନିଜର ସମର୍ଥକ ମାନଙ୍କୁ ନେଇ ଏକ ଦଳ (ଗୋଷ୍ଠୀ) ତିଆରି କରି ସେହି ଦଳେଙ୍କୁ ହିଁ ସେ ଭାବି ନେଉଛନ୍ତି ବିଜେପି ଦଳ। ଗତ ଫେବୃଆରୀ ୫ ତାରିଖ ଦିନ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କାଳୁ ଖଣ୍ଡୟତରାୟଙ୍କ ପାଇଁ ଅପଦସ୍ତ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପି ପକ୍ଷରୁ ଆୟୋଜିତ ଏକ ବନ୍ଧୁ ମିଳନ ଉତ୍ସବ ମଞ୍ଚରୁ ହଟାଇ ଦିଆଯାଇଥିଲା ଅପରାଜିତାଙ୍କ ବ୍ୟାନର୍! ବ୍ୟାନର୍ ହଟାଯିବା ପରେ ଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ମଞ୍ଚ ଉପରେ ପ୍ରଚ୍ଚଦ ପଟେ ଲଗାଯାଇଥିବା ବ୍ୟାନରରେ ରହିଥିଲା ସାଂସଦ ଅପରାଜିତାଙ୍କ ବ୍ୟତୀତ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସାଂସଦଙ୍କ ପ୍ରତିନିଧି ହେମନ୍ତ କୁମାର ବେହେରାଙ୍କ ଫଟୋ। କିନ୍ତୁ, ନଥିଲା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୨୦୧୯ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ଦଳୀୟ ପାର୍ଥି କାଳୁଚରଣ ଖଣ୍ଡୟତରାୟଙ୍କ ଫଟୋ। ଏହାକୁ ନେଇ ତୀବ୍ର ବିରୋଧ କରିଥିଲେ କାଳୁ ଖଣ୍ଡୟତରାୟଙ୍କ ସମର୍ଥକ ଗୋଷ୍ଠୀ। ଘଟଣା ସ୍ଥଳରେ ହୋଇଥିଲା ପ୍ରବଳ ପାଟିତୁଣ୍ଡ। ଘଟଣା ଉପରେ ହସ୍ତକ୍ଷେପ କରି ସାଂସଦ ଜିଲ୍ଲା ସଭାପତିଙ୍କୁ କହି ବ୍ୟାନର୍ ହଟାଇବା ପରେ ଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ଏବଂ ପହଞ୍ଚିଥିଲେ ଅପରାଜିତା ଷଡ଼ଙ୍ଗୀ। ମଞ୍ଚ ଉପରୁ ସମବେତ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସଙ୍ଗଠନ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହି ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଚେତାବନୀ ଦେଇଥିଲେ କାଳୁ ଖଣ୍ଡୟତରାୟ। କିନ୍ତୁ, ବାସ୍ତବରେ ଦେଖିଲେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିଲା ଶୃଙ୍ଖଳା। ବିଶୃଙ୍ଖଳା ସୃଷ୍ଟିକାରୀ ଥିଲେ ନିଜେ ଏମାନଙ୍କ ଭିତରୁ କିଏ। ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଅବା ଗତ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ପାର୍ଥି କାଳୁଚରଣ ଖଣ୍ଡୟତରାୟ ଅବା ଏମାନଙ୍କ ଗୋଷ୍ଠୀ ଏମାନଙ୍କ ସମର୍ଥକ ମାନଙ୍କ ମଧ୍ୟରୁ କିଏ! ତୁଚ୍ଛାରେ ଦୋଷ ଦେଉଥିଲେ ପରକୁ।କାଳୁ – ଅପରାଜିତା ଆଜି ପଡ଼ିଲେ, କାଲିକି ଅପଡ଼। ଦ୍ଵନ୍ଦରେ ପଡ଼ିଯାଉଛନ୍ତି କର୍ମୀ। କାଳୁ ଚରଣ ଖଣ୍ଡୟତରାୟଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଦେଖିଲେ ଜଣାପଡ଼େ ସେ ଯେତେବେଳେ କୌଣସି ପୋଷ୍ଟ୍ କରୁଛନ୍ତି, ସେଥିରେ ତାଙ୍କ ନିଜ ଫଟୋ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହୁଛି। କିନ୍ତୁ, ରହୁନି ନିଜ ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋ ଆଉ ସବୁଠାରୁ ବଡ଼ କଥା ହେଲା ରହୁନି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଫଟୋ। ହଁ, ଯେତେବେଳେ ସମୀର ମହାନ୍ତି ସଭାପତି ଥିଲେ ସେ ସ୍ଥାନ ପାଉଥିଲେ। କିନ୍ତୁ, ମନମୋହନ ସଭାପତି ହେବା ପରେ କାଳୁଙ୍କ ପୋଷ୍ଟରରେ ମନମୋହନ ସ୍ଥାନ ପାଉ ନାହାଁନ୍ତି। ତାହା କାଳୁ ଖଣ୍ଡୟତରାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଛନ୍ତି, ନାଁ ମନ୍ତ୍ରୀଙ୍କୁ ଖୁସି କରାଇବାକୁ ସ୍ୱଇଚ୍ଛାରେ କରୁଛନ୍ତି ତାହା ଭିନ୍ନ କଥା। କିନ୍ତୁ ଇଏ ତ’ ନିଜେ ବିଶୃଙ୍ଖଳିତ, ଶୃଙ୍ଖଳା ଶିଖାଉଛନ୍ତି କାହାକୁ?
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.