Home Coronavirus Outbreak ଭଲଖବର – ୬୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭଲଖବର – ୬୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

275

ଭୁବନେଶ୍ୱର ୪-୬ (ଓଡ଼ିଆ ପୁଅ) ଭଲଖବର ଆସିଛି ରାଜ୍ୟରୁ। ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ୧୪ ଜଣ ଗଞ୍ଜାମ ଜିଲ୍ଲାରୁ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, କେନ୍ଦୁଝର ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ଏବଂ ଯାଜପୁର ଜିଲ୍ଲାରୁ ୨ ଜଣ ଲେଖାଏଁ  ଏବଂ ଢେଙ୍କାନାଳ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି।

ସୂଚନାଯୋଗ୍ୟଯେ, ରାଜ୍ୟରେ ଆଜି ୯୦ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ ରେ ପହଁଚିଛି। ଚିହ୍ନଟ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୧ ଜଣ ସ୍ଥାନୀୟ ବାସିନ୍ଦା। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୮୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏହା ପରେ ୬୫ ସୁସ୍ଥ ହୋଇଛନ୍ତି।

ଆଜିର ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଦା ଜିଲ୍ଲାରୁ ୨୫, ନୟାଗଡ଼ ଜିଲ୍ଲାରୁ ୭, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୯, କଳାହାଣ୍ଡି ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୨୨, ସମ୍ବଲପୁର ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୫, ବରଗଡ଼ ଜିଲ୍ଲାରୁ ୧ ଏବଂ ଢେଙ୍କାନାଳ ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସୁସ୍ଥ ଏବଂ ଚିକିତ୍ସିତ ହେଉଛନ୍ତି।

ଗଞ୍ଜାମ ଜିଲ୍ଲାରେ ୫୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୮ ଜଣ ସକ୍ରୀୟ ଅଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୨୯୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣ ସକ୍ରୀୟ ଅଛନ୍ତି।

ଖୋର୍ଦ୍ଧାରେ ୧୯୫ ଜଣ ସଂକ୍ରମିତ ହୋଇଥିବା ବେଳେ ୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୭ ଜଣ ସକ୍ରୀୟ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣ ସକ୍ରୀୟ ଅଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୬ ଜଣ ସକ୍ରୀୟ ଅଛନ୍ତି।

ଭଦ୍ରକ ଜିଲ୍ଲାରେ ୧୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ ଜଣ ସକ୍ରୀୟ ଅଛନ୍ତି।

କଟକ ଜିଲ୍ଲାରେ ୧୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ୧୦୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣ ସକ୍ରୀୟ ଅଛନ୍ତି।

ପୁରୀ ଜିଲ୍ଲାରେ ୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣ ସକ୍ରୀୟ ଅଛନ୍ତି।

ଜଗତସିଂହପୁର ଜିଲ୍ଲାରେ ୮୬ ଜଣ ସଂକ୍ରମିତ ହୋଇଥିବା ବେଳେ ୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୫ ଜଣ ସକ୍ରୀୟ ଅଛନ୍ତି।

ନୟାଗଡ଼ ଜିଲ୍ଲାରେ ୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧ ଜଣ ସକ୍ରୀୟ ଅଛନ୍ତି।

ସୁନ୍ଦରଗଡ଼ଜିଲ୍ଲାରେ ୭୪ ଜଣ ସଂକ୍ରମିତ ହୋଇଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣ ସକ୍ରୀୟ ଅଛନ୍ତି।

ନୂଆପଡ଼ା ଜିଲ୍ଲାରେ ୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦ ଜଣ ସକ୍ରୀୟ ଅଛନ୍ତି।

ଗଜପତିଜିଲ୍ଲାରେ ୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ ଜଣ ସକ୍ରୀୟ ଅଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣ ସକ୍ରୀୟ ଅଛନ୍ତି।

ବୌଦ୍ଦ ଜିଲ୍ଲାରେ ୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣ ସକ୍ରୀୟ ଅଛନ୍ତି।

ଦେବଗଡ଼ ଜିଲ୍ଲାରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ ଜଣ ସକ୍ରୀୟ ଅଛନ୍ତି।

କେନ୍ଦୁଝର ଜିଲ୍ଲାରେ ୩୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯ ଜଣ ସକ୍ରୀୟ ଅଛନ୍ତି।

ଅନୁଗୁଳ ଜିଲ୍ଲାରେ ୩୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ସକ୍ରୀୟ ଅଛନ୍ତି।

ସୋନପୁର ଜିଲ୍ଲାରେ ୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣ ସକ୍ରୀୟ ଅଛନ୍ତି।

କନ୍ଧମାଳ ଜିଲ୍ଲାରେ ୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣ ସକ୍ରୀୟ ଅଛନ୍ତି।

କଳାହାଣ୍ଡି ଜିଲ୍ଲାରେ ୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣ ସକ୍ରୀୟ ଅଛନ୍ତି।

ମାଲକାନଗିରି  ରେ ୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

ସମ୍ବଲପୁର ଜିଲ୍ଲାରେ ୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣ ସକ୍ରୀୟ ଅଛନ୍ତି।

ବରଗଡ଼ଜିଲ୍ଲାରେ  ୧୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣ ସକ୍ରୀୟ ଅଛନ୍ତି।

କୋରାପୁଟ ଜିଲ୍ଲାରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣ ସକ୍ରୀୟ ଅଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

ନବରଙ୍ଗପୁରଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଏବଂ ଜଣେ ସକ୍ରୀୟ ଅଛନ୍ତି।

ରାୟଗଡ଼ା ଜିଲ୍ଲା  ଜଣେ ସଂକ୍ରମିତ ହୋଇଥିବା ବେଳେ ସେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.