Home Coronavirus Outbreak ଭଲଖବର – ପୁଣି ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭଲଖବର – ପୁଣି ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

201

ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ ) ପୁଣି ରାଜ୍ୟରୁ ଆସିଛି ଭଲ ଖବର। ୧୪୦ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ କଟକ ଜିଲ୍ଲାରୁ, ୨୨ ଜଣ ଗଞ୍ଜାମ ଜିଲ୍ଲାରୁ, ୨୧ ଜଣ ନୂଆପଡ଼ା ଜିଲ୍ଲାରୁ, ୧୧ ଜଣ ଯାଜପୁର ଜିଲ୍ଲାରୁ, ୧୧ ଜଣ ଖୋର୍ଦ୍ଧା ଜିଲ୍ଲାରୁ, ୧୧ ଜଣ ଜଗତସିଂହପୁର ଜିଲ୍ଲାରୁ , ୮ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ , ୭ ଜଣ ଲେଖାଏଁ ବଲାଙ୍ଗୀର ଏବଂ ଭଦ୍ରକ ଜିଲ୍ଲାରୁ, ୫ ଜଣ ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ ବରଗଡ଼, କେନ୍ଦ୍ରାପଡ଼ା ଏବଂ ସମ୍ବଲପୁର ଜିଲ୍ଲାରୁ, ୨ ଜଣ ଲେଖାଏଁ ବାଲେଶ୍ୱର ଏବଂ ପୁରୀ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି। ତେବେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୩୩ ହୋଇଛି।

ସୂଚନାଯୋଗ୍ୟଯେ, ଆଜି ପୁଣି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଥିବା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର।
ତେବେ ଆଜି ୧୭ଟି ଜିଲ୍ଲା ଏବଂ NDRF-ODRF ରୁ ଚିହ୍ନଟ ହୋଇଥିବା ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୮ଜଣ, ଯାଜପୁର ଜିଲ୍ଲାରୁ ଜଣେ, ଖୋର୍ଦ୍ଧାଜିଲ୍ଲାରୁ ୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ୮ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, NDRF-ODRFରୁ ୬୧ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧ଜଣ, ଦେବଗଡ଼ ଜିଲ୍ଲାରୁ ୫ଜଣ, କନ୍ଧମାଳ ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, ମାଲକାନଗିରି ୧ଜଣ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ ଜଣ, କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୨୭ ଜଣ ଏବଂ ୧୯ଜଣ ସ୍ଥାନୀୟ ଅଞ୍ଚଳରୁ ବୋଲି ସୂଚନା ମିଳିଛି।

୧୮୨୩୮୪ ଜଣଙ୍କର ସ୍ୱାବ ଟେଷ୍ଟ ହୋଇଛି। ତେବେ ମୋଟ ୩୧୪୦ ଜଣଙ୍କ ଏପର୍ଯ୍ୟନ୍ତ ପଜିଟିଭ୍ ଆସିଥିବା ବେଳେ, ୨୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣ ସକ୍ରୀୟ ୯୯୬ ବିଭିନ୍ନ କୋଭିଜ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ୯ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.