Home Top News AMU ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କ ଅଭିଭାଷଣ

AMU ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କ ଅଭିଭାଷଣ

79

ନୂଆଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଆୟୋଜିତ ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଂଶଗ୍ରହଣ କରିଛନ୍ତି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକେଟ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମ୍ବୋଧନ କରୁଛନ୍ତି।

ସୂଚନାଯୋଗ୍ୟଯେ, ୧୯୬୪ ପରଠାରୁ ପିଏମ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯିଏକି ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର କୌଣସି କାର୍ଯ୍ୟରେ ଯୋଗଦେଉଛନ୍ତି। ଏହାପୂର୍ବରୁ ୧୯୬୪ ମସିହାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ସମାରୋହରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଯୋଗ ଦେଇଥିଲେ।

ଭିଡିଓ ଲିଙ୍କ ମାଧ୍ୟମରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରିଛନ୍ତି। ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ ଆଜି ହେବାକୁ ଥିବା ଏହି ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ନିଶଙ୍କ ପୋଖରିଆଲ ମଧ୍ୟ ଅଂଶଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.