Home ଓଡ଼ିଶା କରୋନାଭାଇରସକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର – ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ,...

କରୋନାଭାଇରସକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର – ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ, କଲେଜ, ସିନେମା ହଲ୍ ବନ୍ଦ

106

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) : ମାରାତ୍ମକ କରୋନାଭାଇରସ ବ୍ୟାପିବାକୁ ରୋକିବା ପାଇଁ ଏକ ପ୍ରତିରୋଧାତ୍ମକ ପଦକ୍ଷେପ ଭାବରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ରାଜଧାନୀର ସମସ୍ତ ସ୍କୁଲ, କଲେଜ ଏବଂ ସିନେମା ହଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ଗୁରୁବାରଦିନ ଘୋଷଣା କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏଲଜି ଅନିଲ ବୈଜଲ ଏବଂ ସରକାରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର କରୋନାଭାଇରସକୁ ମହାମାରୀ ଘୋଷଣା କରିଛନ୍ତି।

ଦେଶରେ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ୭୩ ରେ ପହଞ୍ଚିଥିବାରୁ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ ୬ ଟି ମାମଲା ଜାତୀୟ ରାଜଧାନୀରେ ରେକର୍ଡ ହୋଇଛି ଏବଂ ଏହା ଦେଶରେ ଶୀଘ୍ର ବ୍ୟାପିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.