Home ଓଡ଼ିଶା ରଣପୁର ଉପର ମଣିନାଗରେ………… ବିଶ୍ୱଶାନ୍ତି ମହାଶକ୍ତି ମହାଯଜ୍ଞ ଆରମ୍ଭ

ରଣପୁର ଉପର ମଣିନାଗରେ………… ବିଶ୍ୱଶାନ୍ତି ମହାଶକ୍ତି ମହାଯଜ୍ଞ ଆରମ୍ଭ

73

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୩-ରଣପୁର ଜନସାଧାରଣ ଓ ମଣିନାଗ ସେନା ଆନୁକୁଲ୍ୟରେ ରଣପୁର ଶିଖର ବାସିନୀ ଉପର ମଣିନାଗ ପୀଠରେ କୁମ୍ଭ ୨୯ ଦିନ ଫାଲଗୁନ  ତୃତୀୟା ଗୁରୁବାର ମାର୍ଚ୍ଚ ୧୨ ତାରିଖରେ ପଂଚଦଶ ବାର୍ଷିକ ବିଶ୍ୱଶାନ୍ତି ମହାଶକ୍ତି ମା ମଣିନାଗ ମହାଯଜ୍ଞ ଆରମ୍ଭ ହୋଇଯାଇଅଛି । ଏହି ପୀଠ ସମୁଦ୍ର ପତନଠାରୁ ୧୨୦୯ ମିଟର ଉଚ୍ଚତା ବିଶିଷ୍ଟ ବୋଲି ରଣପୁରର ୧୯୫୨ ମସିହା ସେଟେଲ୍‌ମେଣ୍ଟ ରିପୋର୍ଟ କୁହେ । ୧୧ ତାରିଖ ଦିନ କଳସ ଯାତ୍ରା କରାଯାଇଥିଲା । ଏହି ମହାଯଜ୍ଞ ୩ଦିନ ବ୍ୟାପୀ ଚାଲିବ । ମାର୍ଚ୍ଚ ୧୪ ତାରିଖ ମୀନ ସଂକ୍ରାନ୍ତିରେ ପୁର୍ଣ୍ଣାହୁତୀ ଅନୁଷ୍ଠିତ ହେବ । ଜଗତକୁ ଜାଗତିକ ବିତ୍ପାତରୁ ରକ୍ଷା କରିବା ପାଇଁ ଏହି ମହାଯଜ୍ଞ ।

ମା ଙ୍କ କରୁଣା ଲାଭ ସହ ନିଜକୁ ରକ୍ଷା କରିବା ପାଇଁ ଶହ ଶହ ଭକ୍ତଙ୍କର ଏହି ପାହାଡ ଶିଖରରେ ମିଳିତ ହେବାର ଦେଖାଦେଇଥାଏ । ଏହି ଯଜ୍ଞାନୁଷ୍ଠାନ ଦେଖିବା ସହ ରଣପୁରର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପାହାଡ ଶିଖର ମଣିବାଗ ପୀଠକୁ ହଜାର ହଜାର ଦର୍ଶକଙ୍କର ଧାଡି ଲମ୍ବିଥାଏ । ଯଜ୍ଞ କମିିଟି ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପାହାଡ ଉପରକୁ ନିଜପାଇଁ ଓ ପୁଜାପାଇଁ ପାନୀୟ ଜଳ ନେବାକୁ ଅନୁରୋଧ କରିଥାନ୍ତି । କାରଣ ପାହାଡ ଉପରକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ଆଲୋକ ଓ ପାନୀୟ ଜଳର ଅଭାବ ରହିଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.