Home ଜିଲ୍ଲା ପରିକ୍ରମା ମାଲକାନଗିରି ପୁଲିସର ସଫଳତା, ଜୁଆଆଡ୍ଡା ଉପରେ ଚଢଉ ୭୧୪୦ଟଙ୍କା ଜବତ ୫ଜଣ ଗିରଫ

ମାଲକାନଗିରି ପୁଲିସର ସଫଳତା, ଜୁଆଆଡ୍ଡା ଉପରେ ଚଢଉ ୭୧୪୦ଟଙ୍କା ଜବତ ୫ଜଣ ଗିରଫ

49

ମାଲକାନଗିରି,୧୨ା୩(ଓଡିଆ ପୁଅ ) ମାଲକାନଗିରି ଥାନା ପୁଲିସକୁ ଆଜି ମିଳିଛି ଏକ ସଫଳତା ,ଜୁଆ ଆଡ୍ଡାଉପରେ ଚଡଉ କରି ୫ଜଣଙ୍କୁ ଗିରଫ କରିବାସହ ୭୧୪୦ଟଙ୍କା ଜବତ କରିଛନ୍ତି । ମାଲକାନଗିରି ଥାନାସ୍ଥ ସତିଗୁଡା ଡ୍ୟାମ ନିକଟ ତାଳଗୁଡା ଗ୍ରାମରେ କିଛି ଲୋକ ବେଆଇନ ଭାବେ ଖୁଡୁଖୁଡି ଜୁଆଖେଳୁଥିବାର ଖବର ପାଇ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନିର୍ଦ୍ଦେଶ କ୍ରମେ ସବଇନିସପେକ୍ଟର ରୁଦ୍ରମାଧବ ମୁଦୁଲି,ଏଏସଆଇ ଧନୁର୍ଯ୍ୟୟ ମୁର୍ମୁ ଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଆଜି ସକାଳେ ତାଳଗୁଡା ଗ୍ରାମର ନିକଟ ଆମ୍ବତୋଟା ଜୁଆ ଆଡ୍ଡା ଉପରେ ଚଢଉକରିଥିଲେ ।ପୁଲିସଙ୍କୁ ଦେଖି କିଛି ଜୁଆଡି ଜଙ୍ଗଲ ମଧ୍ୟକୁ ଲୁଚିପଳାଇ ଥିବା ବେଳେ ସେହି ଆଡ୍ଡାରୁ ୫ଜଣଙ୍କୁ ପୁଲିସ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ୭୧୪୦ଟଙ୍କା ଓ ଖୁଡଖୁଡି ପାଲି, ଜୁଆଖେଳରେ ବ୍ୟବହୃତ ଅନ୍ୟାନ ସମଗ୍ରୀ ଜବତକରିଛନ୍ତି । ଏହି ଖୁଡୁଖୁଡି ରେ ଟଙ୍କା ବାଜି ଲଗାଇ ଜୁଆଖେଳୁଥିବା ଅଭିଯୋଗରେ ବି.ବି.ଗୁଡା ଗ୍ରାମର ସଜିଂତ କଚିମ(୩୫),ନିଖିଲ ବିଶ୍ୱାସ(୨୮),ସତିଗୁଡୀ ଡ୍ୟାମସାଇଟର ଅଭୟପଡିଆରୀ(୪୬),ଚାଲାଣଗୁଡା ଏମଭି୧ ଗ୍ରାମର ସୁଖରଜଂନ ମିସ୍ତ୍ରୀ(୫୩),ଭିମାରାଙ୍ଗିଣି ଗ୍ରାମର ସଦନ ସୋଡି(୨୬)ଙ୍କୁ ପୁଲିସ ଗୁରଫ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.