Home Coronavirus Outbreak କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଜିଲ୍ଲାର ସମସ୍ତ ପିଏଚସି ଓ ସିଏଚସି ପ୍ରସ୍ତୁତ

କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଜିଲ୍ଲାର ସମସ୍ତ ପିଏଚସି ଓ ସିଏଚସି ପ୍ରସ୍ତୁତ

461

କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପିଏଚସି ଓ ସିଏଚସି ଗୁଡିକୁ ପ୍ରସ୍ତୁତ ରଖିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନାରୁ ଜଣାପଡିଥିଲା ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯାଇଛି। ୬ଟି ବେଡ ଥିବା ରୁମରେ ପାଣି, ପାଇଖିନା ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ଥିବା ୪୫ଗୋଟି ପିଏଚସି ଓ ୭ଟି ସିଏଚସି ର ଉନ୍ନତିକରଣ କରାଯିବ। ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ପାଇଖିନା, ସ୍ୱତନ୍ତ୍ର ହାତଧୁଆ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗ, ଡିଜି ବ୍ୟବସ୍ଥା, ଡାକ୍ତରଖାନାର ବିଶୁଦ୍ଧକରଣ କରାଯିବା ସହ ରଙ୍ଗ ଦିଆଯିବାର ବ୍ୟବସ୍ଥା କରାଯିବ। ସବୁ ସିଏଚସିରେ ଆଇସୋଲେସନ ୱାର୍ଡ କରାଯିବ। ପୂର୍ତ୍ତ ବିଭାଗ ସମସ୍ତ ସିଏଚସିରେ ଉନ୍ନତିକରଣ କାର୍ଯ୍ୟ କରିବ ଓ ଗ୍ରାମ ଉନ୍ନୟନ ଡିଭିଜନ ସମସ୍ତ ୪୫ଟି ପିଏଚସିରେ ଉନ୍ନତିକରଣ କାର୍ଯ୍ୟ କରିବ। କରୋନାକୁ ସମ୍ମୁଖିନ ହେବା ପାଇଁ ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ ରଖାଯିବ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.