Home ଜଗତସିଂହପୁର ପୂରାତନ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ

ପୂରାତନ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ

277

ତିର୍ତ୍ତୋଲ ୧୮/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ବାଲ୍ଲାବିହାରୀ କ୍ଲଷ୍ଟର ଅଧିନସ୍ଥ ବାଲ୍ଲାବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦୦୩ ବ୍ୟାଚ ପୂରାତନ ଛାତ୍ରଛାତ୍ରୀମାନଙ୍କ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀମାନେ ଦ୍ୱାରା “କରନା ଭୂତାଣୁ” ସକ୍ରଂମିତ ନହେବାପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ କୁମାର ମଲ୍ଲ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥିଭାବେ ପ୍ରଦୀପ୍ତ କୁମାର ସିଂହ, ମୁଖ୍ୟ ବକ୍ତାଭାବେ ସୁଧାଶୁଂ ଶେଖର ସିଂହ, ସମ୍ମାନିତ ଅତିଥିଭାବେ ରବିନ୍ଦ୍ର କୁମାର ମହାପାତ୍ର, ହେମନ୍ତ ସିଂହ, ଗୁରୁଚରଣ ମହାପାତ୍ର, ପ୍ରଫୁଲ କୁମାର ପଣ୍ଡା, ରଥ କିଶୋର ଦାସ, ବୈରାଗୀ ଚରଣ ପତି, ବୈରାଗୀ ଚରଣ ସ୍ୱାଇଁ ପ୍ରମୁଖ ଗୁରୁମାନେ ଅତିଥିଭାବେ ଯୋଗଦେଇଥିଲେ। ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଅଙ୍ଗବସ୍ତ ଓ ପୁଷ୍ପଗୁଛ ଦିଆଯାଇ ପୂଜନ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସହକାରୀ ଶିକ୍ଷକ ପ୍ରଭାତ କୁମାର କର, ଶିକ୍ଷୟତ୍ରୀ ଅଞ୍ଜନା ସ୍ୱାଇଁ, ଶିକ୍ଷୟତ୍ରୀ ସଞ୍ଜୁକ୍ତା ପଲାଇ ପ୍ରମୁ୍‌ଖ ଯୋଗଦେଇଥ୍‌ôଲେ। ଏହି ଉତ୍ସବରେ ଦିଂବଗତ ଶିକ୍ଷକ ବାବାଜି ଚରଣ ସ୍ୱାଇଁ, ସୁରେନ୍ଦ୍ରନାଥ କର ଓ କର୍ମଚାରୀ ଫକୀର ଚରଣ ଦାସଙ୍କ ଅମର ଆତ୍ମର ସଦଗତି ନିମନ୍ତେି ଦୁଇମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଲୋକନାଥ ପଣ୍ଡା, ସମିର କୁମାର ସାହୁ, ଭାସ୍କର ସାହୁ, ଗଣେଶ ରଣା, ବିଶ୍ୱଜିତ ରାଉତ, କାହ୍ନୁ ଚରଣ ମଲ୍ଲିକ, ଆର୍ତ୍ତତ୍ରାଣ ନନ୍ଦି, ସୁଶାନ୍ତ ସାହୁ, ପ୍ରଶାନ୍ତ ମଲ୍ଲିକ, ଅସିତ ସାହୁ, ପ୍ରଭାତ ଦାସ, ବାବାଜି ନାୟକ, ରବିନାରାୟଣ ସ୍ୱାଇଁ, ରଶ୍ମି ରଞ୍ଜନ ଜେନା, ଚିନ୍ମୟ ମହାପାତ୍ର, ବିଶ୍ୱଜିତ ଦାସ, ସୁଚିତ୍ରା ଦାସ, ଅଭିଲିପ୍ସା ଦାସ, ସୁଚିସ୍ମିତା ସିଂହ, ମଧୁସ୍ମିତା ଦାସ, ସଂଧ୍ୟାରାଣୀ ମହାପାତ୍ର, ମଧୁସ୍ମିତା ସାହୁ, ରଞ୍ଜିତା ମଲ୍ଲିକ, ସସ୍ମିତା ମଲ୍ଲିକ, ସମିନା ମଲ୍ଲିକଙ୍କ ସମେତ ପୁରାତନ ଛାତ୍ରଛାତ୍ରୀମାନେ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.