Home Coronavirus Outbreak କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା – ମୁଖ୍ୟମନ୍ତ୍ରୀ

କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା – ମୁଖ୍ୟମନ୍ତ୍ରୀ

1181

ଭୁବନେଶ୍ୱର ୧୯ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇ ଆଇନଗତ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କୋରୋନା ମୁକାବିଲାରେ ଗୋଷ୍ଠୀ ଓ ପଞ୍ଚାୟତର ଭୂମିକା ଗୁରୁତ୍ବପୂର୍ଣ୍ଣ। ରାଜ୍ୟବାସୀଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ସତର୍କ ଓ ସଚେତନ ରହିଲେ ହିଁ ସୁରକ୍ଷିତ ରହିପାରିବେ ରାଜ୍ୟବାସୀ। ଓଡ଼ିଆଙ୍କ ତ୍ୟାଗ ଓ ଲଢ଼େଇର ମୂଲ୍ୟ ମିଳିଛି, ପଜିଟିଭ୍ ହାର କମିଛି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଗକୁ ଆହୁରି ସତର୍କ ହେବାକୁ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ରାଜ୍ୟ ବାହାରେ ଫସିଥିବା ଲକ୍ଷଲକ୍ଷ ଓଡ଼ିଆ ବହୁ ହଇରାଣ ହେଉଛନ୍ତି। ସେମାନଙ୍କ ଯନ୍ତ୍ରଣା ମୋତେ ଦୁଃଖ ଦେଉଛି। ରୋଗୀ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ, ପେସାଦାର, ଶ୍ରମିକ, ଫସି ରହିଛନ୍ତି, ଲକ୍‌ଡାଉନ ଉଠିବା ପରେ ସେମାନଙ୍କୁ ଫେରାଇ ଅଣାଯିବ। ଅନ୍ୟ ରାଜ୍ୟରୁ ଆସୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ବାହାର ଫେରନ୍ତା ନିଜର ପଞ୍ଜିକରଣ କରିବେ ଏବଂ ଏହା ବାଧ୍ୟତାମୂଳକ। ସେମାନଙ୍କୁ ଅସୁବିଧା ନ ହେବା ଲାଗି ଗାଁ ଓ ପଞ୍ଚାୟତ ସ୍ତରରେ ପଞ୍ଜୀକରଣ ସୁବିଧା କରାଯାଇଛି। ପରିବାର ସଦସ୍ୟ ଏବଂ ବନ୍ଧୁ ମଧ୍ୟ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପରେ ୧୪ ଦିନ ପାଇଁ ସେମାନଙ୍କୁ ସଙ୍ଗରୋଧରେ ରହିବା ଜରୁରୀ। ଏହି ସମୟରେ ସେମାନଙ୍କ ଖାଇବା, ରହିବା, ଚିକିତ୍ସା ମାଗଣାରେ ଯୋଗାଯିବ। ସଙ୍ଗରୋଧ ସରିବା ପରେ ରାଜ୍ୟ ସରକାର ୨ ହଜାର ଟଙ୍କା ଲେଖାଏଁ ସରକାର ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.