Home Coronavirus Outbreak ଅମିତାଭ- ଅଭିଷେକଙ୍କ ପରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି

ଅମିତାଭ- ଅଭିଷେକଙ୍କ ପରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି

190

ମୁମ୍ବାଇ ୧୭-୭ (ଓଡ଼ିଆ ପୁଅ) କିଛି ଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନାକୁ ପଜିଟିଭ୍ ଆସିବା ପରେ ତାଙ୍କ ପରିବାରର ସଦସ୍ୟମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ଜୟା ବଚ୍ଚନଙ୍କ ବ୍ୟତୀତ ପରିବାରର ସମସ୍ତ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା। ଏହା ପରେ ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥି ସହ ଅମିତାଭଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମଧ୍ୟ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ବାସ୍ତବରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଭିତରେ କରୋନାର କୌଣସି ଚିହ୍ନ ଦେଖାଯାଇନଥିଲା। ଯେଉଁଥିପାଇଁ ଉଭୟ ମା ଏବଂ ଝିଅ ଘରେ କ୍ୟାରେଣ୍ଟିନ୍‌ରେ ଥିଲେ। କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ ଐଶ୍ୱର୍ଯ୍ୟାଙ୍କୁ କ୍ରମାଗତ ଜ୍ୱର ଅଭିଯୋଗ ଆସିବା ପରେ ଡାକ୍ତର ସେମାନଙ୍କ ଘରକୁ ଯାଞ୍ଚ ପାଇଁ ଆସିଥିଲେ। ଡାକ୍ତରମାନେ ସେମାନଙ୍କ ମଧ୍ୟରେ କରୋନା ଲକ୍ଷଣ ସ୍ପଷ୍ଟ ଭାବରେ ପାଇଥିଲେ। ଏହା ପରେ ସେମାନଙ୍କୁ ମଧ୍ୟ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଐଶ୍ୱର୍ଯ୍ୟାଙ୍କର କ୍ରମାଗତ ଜ୍ୱର ହେବା ସହ ଗଳାରେ ଯନ୍ତ୍ରଣା ହେଉଥିବା ମଧ୍ୟ ଅଭିଯୋଗ ଆସିଥିବା ଖବରରୁ ଜଣାପଡ଼ିଛି। ଐଶ୍ୱର୍ଯ୍ୟାରେ ଲକ୍ଷଣ ଦେଖାଇବା ପରେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କର ମଧ୍ୟ ପୁନଃ ପରୀକ୍ଷା କରାଯାଇଛି। ଏହା ପରେ ଉଭୟ ମା ଓ ଝିଅଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଅମିତାଭ ଏବଂ ଅଭିଷେକଙ୍କ ଅବସ୍ଥା ସ୍ଥିର ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.