Home ଜିଲ୍ଲା ପରିକ୍ରମା ନିମ୍ନମାନର ସଲଟ୍ ରୋଡ଼୍ କାର୍ଯ୍ୟକୁ ନେଇ ଅସନ୍ତୋଷ ଜିଲ୍ଲାପାଳଙ୍କଠାରେ ରସାଳପୁରବାସୀଙ୍କ ଫେରାଦ

ନିମ୍ନମାନର ସଲଟ୍ ରୋଡ଼୍ କାର୍ଯ୍ୟକୁ ନେଇ ଅସନ୍ତୋଷ ଜିଲ୍ଲାପାଳଙ୍କଠାରେ ରସାଳପୁରବାସୀଙ୍କ ଫେରାଦ

84

ବାଲେଶ୍ୱର, ୧୭ା୭(ଓଡ଼ିଆ ପୁଅ/ଅଭୟ ଦାସ): ସଲଟ୍ ରୋଡ଼୍‌ର ରସାଳପୁରଠାରେ ହେଉଥିବା ନିମ୍ନମାନର ରାସ୍ତା କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କଠାରେ ଆପତ୍ତି କରିଛନ୍ତି ଗ୍ରାମବାସୀମାନେ। ରସାଳପୁର କଲେଜଠାରୁ ମାର୍କେଟ କମ୍ପେ୍ଲକ୍ସ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଓ ନବୀକରଣ ପାଇଁ ହୋଇଥିବା ମଞ୍ଜୁର ଅର୍ଥକୁ ନଷ୍ଟ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ଗ୍ରାମବାସୀମାନେ ଆରୋପ କରିଛନ୍ତି। ବିଶେଷ କରି ସଂପ୍ରସାରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ୱ ଜବରଦଖଲ ସରକାରୀ ଜାଗା ଉଚ୍ଛେଦ ନିମନ୍ତେ ଦୁଇଥର ମାପ ହୋଇଥିଲେ ବି ଅଦ୍ୟାବଧି ଉଚ୍ଛେଦ କରା ନଯାଇ ରାସ୍ତା କାର୍ଯ୍ୟ ଚାଲିଛି। ସେହିଭଳି ରାସ୍ତା ପାର୍ଶ୍ୱ ଡ୍ରେନ ଉପରେ ଓ ରାସ୍ତା ପାଶ୍ୱର୍ରେ ଥିବା ଇଲେକ୍ଟ୍ରି ଖୁଣ୍ଟକୁ ସ୍ଥାନାନ୍ତର ନ କରି ଠିକାଦାର କାର୍ଯ୍ୟ ଜାରି ରଖିଛି। ସେହିଭଳି ପଞ୍ଚାୟତ ଅଫିସ ନିକଟ ମାର୍କେଟ କମ୍ପେ୍ଲକ୍ସ ସାଙ୍ଗକୁ ଏଇଠୁ ଶେରଗଡ଼ ଓ ଛେଳିଆପଦାକୁ ସଂଯୋଗ କରୁଥିବା ରାସ୍ତା ଯାଇଛି। ଏଠାରେ ଦୈନିକ ଶହ ଶହ ଗାଡ଼ି ମୋଟର ଅଟକି ଥାନ୍ତି। ଏହି ଛକଠାରେ ରାସ୍ତାକୁ ଟିକେ ଅଧିକ ସଂପ୍ରସାରଣ ପାଇଁ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପରେ ବି ଠିକାଦାର କୌଣସି କଥା ଶୁଣିବାକୁ ନାରାଜ ବୋଲି ଗ୍ରାମବାସୀମାନେ କହିଛନ୍ତି। ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ସେମାନେ ଜିଲ୍ଲାପାଳଙ୍କୁ ଗିହାରୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଦାବିପତ୍ର ସେମାନେ ଜିଲ୍ଲାପାଳଙ୍କ ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ଚିତ୍ତରଂଜନ ପାଣିଗ୍ରାହୀ, ଯୁଗଳ ମହଲଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.