Home ଗଞ୍ଜାମ ବିନା ଦସ୍ତଖତରେ ବିଡିଓଙ୍କ ଏହି ଚିଠି ଅସଲି ନା ନକଲି – ସୋସିଆଲ ମିଡିଆରେ ଭାଇରାଲ୍...

ବିନା ଦସ୍ତଖତରେ ବିଡିଓଙ୍କ ଏହି ଚିଠି ଅସଲି ନା ନକଲି – ସୋସିଆଲ ମିଡିଆରେ ଭାଇରାଲ୍ ହେଲା ବେପରୁଆ ଚିଠି

192

କୋଦଳା ୧୭ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ।) ଅଧୁନା ସୋସିଆଲ୍ ମିଡିଆର ବ୍ୟବହାର ମାତ୍ରାଧିକ ହୋଇଛି। କୌଣସି ଘଟଣା ଦୁର୍ଘଟଣା ଟିଭି ପରଦାରେ ଆସିବା ପୂର୍ବରୁ ସୋସିଆଲ ମିଡିଆ ଯେପରିକି ଫେସବୁକ, ଓ୍ବାଟ୍ସଆପ୍, ଟୁଇଟର ଭଳି ସାମାଜିକ ଗଣମାଧ୍ୟମ ଗୁଡିକରେ ଛାଇଁ ଯାଉଛି। ତେବେ ସୋସିଆଲ ମିଡିଆର ବ୍ୟବହାର ଯେପରି ଲୋକଙ୍କୁ ସଦ୍ଯତମ ଖବର ପହଞ୍ଚାଉଛି ସେପରି ଏହାର ଅପବ୍ଯବହାର ଦ୍ବାରା ବହୁ ବେଆଇନ୍ ଗୁମରକୁ ମଧ୍ୟ ପଦାକୁ ଆଣି ଦେଉଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟର ଏକ ପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଉକ୍ତ ପତ୍ରକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ସାମ୍ମାକୁ ଆସିଛି। ଚିଠିରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ହେବାକୁ ଥିବା ସ୍ବାବ୍ କଲେକସନ୍ ପୋଗ୍ରାମକୁ ନେଇ ଉଲ୍ଲେଖ ରହିଛି। ୧୭ ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ୨୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତର ପ୍ରମୁଖ ବିଦ୍ୟାଳୟ ମାନଙ୍କରେ ଚାଲିବ ବୋଲି କୁହାଯାଇଛି। ଏଥିରେ ଏଏନ୍ଏମ୍, ଅଂଗନବାଡି କର୍ମୀ ସହଯୋଗ କରି ରେଜିଷ୍ଟ୍ରେସନ୍ କରିବାକୁ ବିଡିଓ ନିର୍ଦ୍ଦେଶ ଦେଇଥିବା ଚିଠିରୁ ଜଣାପଡିଛି। ତେବେ ଉକ୍ତ ଚିଠିରେ ବିଡ଼ିଓଙ୍କ ଦସ୍ତଖତ ଦେଖିବାକୁ ମିଳୁନି। ଅପରପକ୍ଷେ କାର୍ଯ୍ୟକ୍ରମ ଗୁଡିକ କେଉଁ ତାରିଖରେ ହେବ ସେହି ସାରଣୀରେ ଭୂଲ୍ ବଶତଃ ବିଦ୍ଯାଳୟର ନାମ ଲେଖା ଯାଇଥିବା ନଜରକୁ ଆସିଛି। ଏଭଳି ବେପରୁଆ ଢଙ୍ଗରେ ଚିଠି କିଏ ଟାଇପ୍ କଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଚିଠିରେ ବିଡ଼ିଓଙ୍କ ଦସ୍ତଖତ ନହେଉଣୁ ଚିଠିଟି ସୋସିଆଲ ମିଡିଆରେ କିଭଳି ଭାଇରାଲ୍ ହେଲା ଏବଂ କିଏ ଭାଇରାଲ୍ କଲା ତାହା ମଧ୍ୟ ଏକ ପ୍ରଶ୍ନ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.