Home ଓଡ଼ିଶା ଲକଡାଉନ ସମୟରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରମୁଖ ଭୂମିକା...

ଲକଡାଉନ ସମୟରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଉଛି ଡିପିଆଇଆଇଟି କଣ୍ଟ୍ରୋଲ ରୁମ

913

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅନ୍ତର୍ଗତ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ 26 ମାର୍ଚ୍ଚ 2020 ଠାରୁ ଏକ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରିଛି।

– କଣ୍ଟ୍ରୋଲ ରୁମ ଜରିଆରେ 89 ପ୍ରତିଶତ ସମସ୍ୟାର ସମାଧାନ

– ତ୍ୱରିତ ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦ୍ୱାରା ନିୟମିତ ସମୀକ୍ଷା

– କଣ୍ଟ୍ରୋଲ ରୁମର ନମ୍ବର – 01123062487 ଏବଂ ଇ-ମେଲ – [email protected]

ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ର ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ଏହି କଣ୍ଟ୍ରୋଲ ରୁମ ଜରିଆରେ କରାଯାଉଛି। ବିଭିନ୍ନ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ଯୋଗାଯୋଗ ରକ୍ଷା କରି ଏହି କଣ୍ଟ୍ରୋଲ ରୁମ ଜରିଆରେ ସମସ୍ୟାର ତ୍ୱରିତ ସମାଧାନ କରାଯାଉଛି। ଲକଡାଉନ ସମୟରେ ଏହି କଣ୍ଟ୍ରୋଲ ରୁମ ମାଧ୍ୟମରେ ଆଭ୍ୟନ୍ତରୀଣ ବାଣିଜ୍ୟ, ଉତ୍ପାଦନ, ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ସହ ଜଡିତ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାଗୁଡିକୁ ସମାଧାନ କରାଯାଉଛି। 28 ଏପ୍ରିଲ 2020 ସୁଦ୍ଧା ପଞ୍ଜୀକୃତ ହୋଇଥିବା 1962ଟି ସମସ୍ୟା ମଧ୍ୟରୁ 1739 ସମସ୍ୟାର ସମାଧାନ କରାଯାଇସାରିଛି। 223ଟି ସମସ୍ୟା ଲାଗି ସମାଧାନ ପ୍ରକ୍ରିୟା ଚାଲୁ ରହିଛି।

ଏହି କଣ୍ଟ୍ରୋଲ ରୁମର ପରିଚାଳନା ଓ ଏହା ଜରିଆରେ ଆସୁଥିବା ସମସ୍ୟାର ସମାଧାନ ଲାଗି ଏକ ଉତ୍ସର୍ଗୀକୃତ ଟିମ ଗଠନ କରାଯାଇଛି। ଏହି ଟିମ ସହାୟତା ଚାହୁଁଥିବା ଲୋକ ଏବଂ ସମାଧାନ ପାଇଁ ଆବଶ୍ୟକ ବିଭିନ୍ନ ଏଜେନ୍ସି ସହିତ ନିରବଚ୍ଛିନ୍ନ ଯୋଗାଯୋଗ ରକ୍ଷା କରି ସମସ୍ୟାର ସମାଧାନ କରନ୍ତି। ଏହି କଣ୍ଟ୍ରୋଲ ରୁମ ମାଧ୍ୟମରେ ଉଭୟ ଟେଲିଫୋନ ଓ ଇ-ମେଲ ଦ୍ୱାରା ସମସ୍ୟା ସହିତ ପ୍ରଶ୍ନ ଆସିଥାଏ। ଯଦି କୌଣସି ଉତ୍ପାଦ ପ୍ରସ୍ତୁତକର୍ତ୍ତା, ପରିବହନକାରୀ ସଂସ୍ଥା, ହୋଲସେଲର ବା ଡିଷ୍ଟ୍ରିବ୍ୟୁଟର ଉତ୍ପାଦର ପରିବହନ ଓ ବିତରଣରେ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ବିଭାଗର ନିମ୍ନଲିଖିତ ଟେଲିଫୋନ/ଇ-ମେଲରେ ଯୋଗାଯୋଗ କରିପାରିବେ।

ଟେଲିଫୋନ ନମ୍ବର: + 91 11 23062487

ଇ-ମେଲ : [email protected]

ଏହି ଟେଲିଫୋନ ନମ୍ବର ପ୍ରତ୍ୟହ ସକାଳ 8ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.