Home Coronavirus Outbreak ରାଜ୍ୟରେ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ – ୭୪ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା

ରାଜ୍ୟରେ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ – ୭୪ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା

589

ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ) : ଓଡ଼ିଶାରେ ଆଉ ୬ ଜଣ ନୂଆ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ୫ ଜଣ ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଆଜି ରାଜ୍ୟରେ ସକାଳ ବେଳେ ୭ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଣି ମଧ୍ୟାହ୍ନରେ ୬ ଜଣ କରୋନା ପଜିଟିଭ୍ ବୃଦ୍ଧି ପାଇବା ସୂଚନା ମିଳିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ସକାଳେ ୭ ଟି ବୃଦ୍ଧି ପାଇ ୬୮ ହୋଇଥିବା ବେଳେ ପୁଣି ୬ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି।

ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଜଣେ, ଯାଜପୁର ବ୍ଲକରେ ୩ଜଣ ଓ ଦଶରଥପୁରରେ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଯାଜପୁର ଜିଲ୍ଲାପାଳ କହିଛନ୍ତି। ସେମାନେ ଗତ ମାସ ୨୯ରେ କୋଲକାତାରୁ ଆସିଥିବା ସନ୍ଦେହ କରାଯାଉଛି। ଯାଜପୁରର ଆକ୍ରାନ୍ତ ୫ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କ ବୟସ ୨୮ ଓ ଅନ୍ୟ ଜଣଙ୍କ ବୟସ ୩୨ ହୋଇଥିବା ବେଳେ ବାକି ୩ଜଣଙ୍କ ବୟସ ୫୫ରୁ ଅଧିକ ବୋଲି କୁହାଯାଇଛି। ସେମାନେ ସମସ୍ତେ କୋଲକାତା ବଡ଼ବଜାର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେମାନେ ସମସ୍ତେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.