Home ଓଡ଼ିଶା ରାଜସୁନାଖଳାରେ ଜୀବନ ବିନ୍ଦୁ ତରଫରୁ ୨୦ୟୁନିଟ୍ ରକ୍ତ ସଂଗ୍ରହ

ରାଜସୁନାଖଳାରେ ଜୀବନ ବିନ୍ଦୁ ତରଫରୁ ୨୦ୟୁନିଟ୍ ରକ୍ତ ସଂଗ୍ରହ

213

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୪-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପ୍ରିଲ୍ ୨୦ ତାରିଖରେ ଜୀବନ ବିନ୍ଦୁ ତରଫରୁ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣା ପଡିଛି । ନୟାଗଡ ବ୍ଲଡ୍ ବ୍ୟାଙ୍କରେ ଏହି ରକ୍ତ ଗଛିତ ରଖାଯାଇଛି । ଜୀବନ ବିନ୍ଦୁର ସ୍ୱେଛାକୃତ ଏହି ରକ୍ତଦାନ ଶିବିରରେ ସମସ୍ତ ସରକାରୀ ନୀତି ନିୟମକୁ ପାଳନ କରାଯାଇଥିଲା । ସକାଳ ୯ଘଟିକା ଠାରୁ ଦିବା ୧୦ଘଟିକା ୩୦ମିନିଟ୍ ମଧ୍ୟରେ ସ୍ୱେଛାକୃତ ରକ୍ତଦାନ ପାଇଁ ଆସିଥିବା ବ୍ୟକ୍ତିଙ୍କଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । କିନ୍ତୁ ତାପରେ ଆସିଥିବା ୫୦ଜଣ ଦାନକାରୀଙ୍କୁ ଫେରାଇ ଦିଆଯାଇଥିଲା ।

ଆଗାମୀ ଦିନରେ ଅଲଗା ଦିବସରେ ରକ୍ତ ସଂଗ୍ରହ କରାଯିବ ବୋଲି କୁହାଯାଇଥିଲା । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଯୁବ ବିଜେଡି ସଭାପତି ବନମାଳି ମହାପାତ୍ର, ସମାଜସେବୀ ତଥା ନୟାଗଡ ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ସଚ୍ଚିକାନ୍ତ ଷଡଙ୍ଗୀ ଓ ରାଜସୁନାଖଳାର ମୁନା, ଫକୀର, ନିରୁ, ଲିଟୁ, ପପୁ, ବାବୁଲି, କାଳିଆ ରଣା ଆଦି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.