Home ଜିଲ୍ଲା ପରିକ୍ରମା ସ୍ୱର୍ଗତ କମଳକାନ୍ତ ରାଉତଙ୍କ ବିୟୋଗରେ ପ୍ରଚାର ସମିତି ପକ୍ଷରୁ ଶୋକସଭା

ସ୍ୱର୍ଗତ କମଳକାନ୍ତ ରାଉତଙ୍କ ବିୟୋଗରେ ପ୍ରଚାର ସମିତି ପକ୍ଷରୁ ଶୋକସଭା

108

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଟ୍ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ସ୍ୱର୍ଗତ କମଳାକାନ୍ତ ରାଉତଙ୍କର ୮୫ ବର୍ଷ ବୟସରେ ଭୁବନେଶ୍ୱର ଠାରେ ଦେହାନ୍ତ ଘଟିଥିବା ଖବର ପାଇ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକକୁ ଗଭୀର ଭାବେ ମର୍ମାହତ କରିଛି । ଏଥି ପାଇଁ ସମିତି ପକ୍ଷରୁ ଏକ ଶୋକସଭା ଅପର୍ତ୍ତିବିନ୍ଧା ସ୍ଥିତ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ବାସଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ରାଉତଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରାଯାଇ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ରାଉତଙ୍କର ଭଦ୍ରକ ପ୍ରଚାର ସମିତି ପ୍ରତି ବହୁବିଧ ସ୍ନେହ ରହିଥିଲା । ସେ ସମିତିକୁ ଶ୍ରୀଜଗନ୍ନାଥଙ୍କ ପାଟସେବା, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରର ବାର୍ଷିକ ଉତ୍ସବ, କାଦମ୍ବିନୀ ହାଟ ପ୍ରଭୃତି ବିଭିନ୍ନ ଉତ୍ସବରେ ସାମିଲ କରାଇବା ତାଙ୍କର ଏକ ବଡ ଅବଦାନ ଥିଲା ବୋଲି ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ପ୍ରକାଶ କରିଥିଲେ । ଏହି ଶୋକସଭାରେ ସ୍ୱର୍ଗତ ରାଉତଙ୍କ ଅମର ଆତ୍ମାର ସଦ୍‌ଗତି ସଂଗେ ସଂଗେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ଏହି ସଭାରେ ସମିତିର ସେବକ ଲକ୍ଷ୍ମୀଧର ଖଟୁଆ, ନରେନ୍ଦ୍ର କୁମାର ନାୟକ, ପ୍ରଶାନ୍ତ କୁମାର ଦେ, ନାରାୟଣ ଚନ୍ଦ୍ର ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀ, ଅଲିଭା ନନ୍ଦ ପ୍ରମୁଖ ସେବକ ସେବିକାମାନେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.