Home Top News ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ, ଅଭିନେତ୍ରୀ କହିଲେ ମୋର ଗର୍ଭପାତ କରିବାକୁ ବାଧ୍ୟ...

ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ, ଅଭିନେତ୍ରୀ କହିଲେ ମୋର ଗର୍ଭପାତ କରିବାକୁ ବାଧ୍ୟ କରାଯାଇଥିଲା

157

ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଦେଶର କେବଳ ସାଧାରଣ ମହିଳା ନୁହଁନ୍ତି, ଅଭିନେତ୍ରୀ ମଧ୍ୟ ସୁରକ୍ଷିତ ନୁହଁନ୍ତି। ନିକଟରେ ଜଣେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଏବଂ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ହୋଇଛି। ଜଣାଶୁଣା ତାମିଲ ଅଭିନେତ୍ରୀ ତାମିଲନାଡୁର ପୂର୍ବତନ ମନ୍ତ୍ରୀ AIADMK ନେତା ଡକ୍ଟର ମଣିକନ୍ଦନଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏହା ପରେ ଚେନ୍ନାଇ ପୋଲିସ ନେତା ଡକ୍ଟର ମାଣିକନ୍ଦନଙ୍କ ବିରୋଧରେ ମାମଲା ରୁଜୁ କରିଛି। ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିନେତ୍ରୀ।

ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ନେତା ଡକ୍ଟର ମଣିକନ୍ଦନ ତାଙ୍କୁ ଚେନ୍ନାଇରେ ରହିବାକୁ ଏକ ଫ୍ଲାଟ ଦେଇଥିଲେ। ୨୦୧୭ ରୁ, ସେ ଏବଂ ମଣିକନ୍ଦନଙ୍କ ସହ ସମ୍ପର୍କରେ ଅଛନ୍ତି। ଅଭିନେତ୍ରୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ମଣିକନ୍ଦନ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ, କିନ୍ତୁ ପରେ ଯେତେବେଳେ ଅଭିନେତ୍ରୀ ବିବାହ କରିବାକୁ ଦାବି କରିଥିଲେ, ମଣିକନ୍ଦନ ମନା କରିଦେଇଥିଲେ। ଖବର ଅନୁଯାୟୀ, ଅଭିନେତ୍ରୀଙ୍କର ମଧ୍ୟ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିନେତ୍ରୀ କହିଛନ୍ତି ଯେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ମଣିକନ୍ଦନ ତାଙ୍କ ଜବରଦସ୍ତ ଗର୍ଭପାତ କରାଇଥିଲେ। ଅଭିନେତ୍ରୀ କହିଛନ୍ତି ଯେ, ମଣିକନ୍ଦନ ତାଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଅଭିଯୋଗ କରନ୍ତି ତେବେ ସେ ଅଭିନେତ୍ରୀଙ୍କ ଫଟୋ ଲିକ୍ କରିବେ। ଏଥି ସହ ଅଭିନେତ୍ରୀଙ୍କୁ ଜୀବନକୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟଯେ, ମଣିକନ୍ଦନଙ୍କ ଉପରେ ପ୍ରତାରଣା, ଯୌନ ଶୋଷଣ ଏବଂ ବ୍ଲାକମେଲିଂ ଅଭିଯୋଗ କରିଥିବା ଅଭିନେତ୍ରୀ ହେଉଛନ୍ତି ଭାରତୀୟ ମୂଲକର ମାଲେସିଆର ନାଗରିକ। ଅଭିନେତ୍ରୀ କହିଛନ୍ତି ଯେ ଯେତେବେଳେ ସେ ମାଲେସିଆ ପର୍ଯ୍ୟଟନ ପାଇଁ କାମ କରୁଥିଲେ ସେତେବେଳେ ନେତା ଡକ୍ଟର ମଣିକନ୍ଦନ ତାଙ୍କ ସହ ଯୋଗାଯୋଗରେ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.