Home ଜିଲ୍ଲା ପରିକ୍ରମା ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣରେ ଆଦାନୀ ଫାଉଣ୍ଡେସନର ପ୍ରମୁଖ ଭୂମିକା

ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣରେ ଆଦାନୀ ଫାଉଣ୍ଡେସନର ପ୍ରମୁଖ ଭୂମିକା

24

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍ ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ଏବେ ବି ଲଢେଇ ଜାରି ରଖିଛି । ଭାରତରେ ସ୍ଥିତି ଅଧିକ ଜଟିଳ ଥିବା ବେଳେ ଅମ୍ଳଜାନ ଅଭାବ ଏବେ ସମସ୍ୟା ସୃଷ୍ଟି କରିଛି । ମହାମାରୀ ବିରୋଧରେ ଲଢେଇରେ ସରକାରଙ୍କୁ ସମର୍ଥନ କରିବା ପାଇଁ ଆଦାନୀ ଗ୍ରୁପର ସିଏସ୍‌ଆର୍ ୱିଙ୍ଗ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଭଦ୍ରକ ଜିଲାରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍‌ୟ କିଛି କମ୍ ନୁହେଁ । ଗୁରୁତର ରୋଗୀଙ୍କ ପାଇଁ ଅମ୍ଳଜାନ ଜୀବନ ରକ୍ଷାକାରୀ ସାଜିଛି । ଏହି ପଦକ୍ଷେପଗୁଡ଼ିକର ଏକ ଅଂଶ ସ୍ୱରୂପ ଆଦାନୀ ଫାଉଣ୍ଡେସନ ପକ୍ଷରୁ ପ୍ରଶାସନକୁ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ ପ୍ରଦାନ କରାଯାଇଛି । ଏହି ଜୀବନ ରକ୍ଷାକାରୀ ଉପକରଣ ମଧ୍ୟରେ ୨୧୦ ମେଡିକାଲ ଗ୍ରେଡ ଅମ୍ଳଜାନ ସିଲିଣ୍ଡର, ୩୨ ଅମ୍ଳଜାନ କନସନ୍‌ଟ୍ରେଟର ଏବଂ ୫୦ ଫ୍ଲୋ ମିଟର ଆଦି ରହିଛି । ଧାମରା ପୋର୍ଟର ଉପସଭାପତି ଜଗତ ଇନ୍ଦୁ ପରିଜା ଏବଂ ଅନ୍ୟାନ୍ୟ ଅଫିସରଙ୍କ ଉପସ୍ଥିତିରେ ଭଦ୍ରକ ଜିଲାପାଳ ଡଃ ଜ୍ଞାନ ଦାସଙ୍କୁ ଏସବୁ ସାମଗ୍ରୀ ପ୍ରଦାନ କରାଯାଇଛି । କୋଭିଡ ରୋଗୀଙ୍କୁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସୁଦୃଢ କରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହା ଏକ ପ୍ରୟାସ । ଆଦାନୀ ଫାଉଣ୍ଡେସନର ଏହି ଉଦାର ଏବଂ ସମୟାନୁବର୍ତ୍ତୀ ପ୍ରୟାସ ନିମନ୍ତେ ଜିଲା ଅଧିକାରୀ ଓ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ । କୋଭିଡ ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସାନିଟାଇଜର ଓ ମାସ୍କ ବଣ୍ଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ନିଶୁଳ୍କ ଔଷଧ ପ୍ରଦାନ ସହ ଅନେକ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.