Home କେନ୍ଦୁଝର ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ସହାୟତା

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ସହାୟତା

39

ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଭାବେ ପରିଚିତ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ପଞ୍ଚାୟତର ବାତ୍ୟା ୟାସ୍ ର କ୍ଷତିଗ୍ରସ୍ତ ହୋଇଥିବା ଧାନଘର ଓ ପରମାନନ୍ଦପୁର ଗ୍ରାମର ବିପନ୍ନ ପରିବାର ଗୁଡିକୁ ସହାୟତା ପ୍ରଦାନ କରାଯାିଛି । ଚନ୍ଦନପଣ୍ଡାଙ୍କ ଆବହକତ୍ୱରେ ଇଞ୍ଚୋଳ ବିକାଶ ମଞ୍ଚର କର୍ମକତ୍ତାମାନେ ପହଞ୍ଚି ବାତ୍ୟାରେ ପ୍ରଭାବିତ ହୋଇଥିବା ପରିବାର ଲୋକଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ସେମାନଙ୍କୁ ଦିନକର ସଉଦାପତ୍ର ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ମଞ୍ଚ ପକ୍ଷରୁ ସମସ୍ତ ବିପନ୍ନଙ୍କୁ କରୋନା ସଚେନତା କରାଯିବା ସହିତ ମାସ୍କ ମଧ୍ୟ ବଣ୍ଟନ କରାଯାିଥିଲା । ଏଥିରେ ଉମାକାନ୍ତ ପଣ୍ଡା, ଶିବସୁନ୍ଦର ଯେନା, ଜୀବନ ରାଉତ, ବିଜୟ ବାରିକ, ଶ୍ରୀକାନ୍ତ ରାଉତ, ଶିଶିର ଯେନା, ଧନେଶ୍ୱର ରାଉତ, ଦୀନବନ୍ଧୁ ଯେନା, ରାଜେନ୍ଦ୍ର ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାତ୍ୟରେ ଘର ଭାଙ୍ଗି ଯାଇଥିବା ବିପନ୍ନ ମାନଙ୍କୁ ପ୍ରଶାସନ ପକ୍ଷରୁ ବାସଗୃହ ଯୋଗାଇ ଦେବାକୁ ମଞ୍ଚର ସଦସ୍ୟମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.