Home Top News ହାତ ଛାଡ଼ିଲେ, ପଦ୍ମ ଧରିବେ: କଂଗ୍ରେସ ଛାଡ଼ିଲେ, ବିଜେପିରେ ଯୋଗଦେବେ ବିଜୟାଶାନ୍ତି

ହାତ ଛାଡ଼ିଲେ, ପଦ୍ମ ଧରିବେ: କଂଗ୍ରେସ ଛାଡ଼ିଲେ, ବିଜେପିରେ ଯୋଗଦେବେ ବିଜୟାଶାନ୍ତି

63

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ଧରି ପାର୍ଟିର ବ୍ୟବହାରରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ବିଜୟାଶାନ୍ତି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ଆଜି (ସୋମବାର) ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ପାର୍ଟିର ବ୍ୟବହାରରେ ଅସନ୍ତୁଷ୍ଟ ଥିବାରୁ ବିଜୟାଶାନ୍ତ କିଛି ମାସ ହେବ କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ। ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବା ପାଇଁ ଦିଲ୍ଲୀ ପହଞ୍ଚି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ତାମିଲନାଡୁରେ ଅଭିନେତ୍ରୀ ଖୁସବୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.