Home ଜିଲ୍ଲା ପରିକ୍ରମା ଅଜଣା ଗାଡ଼ି ଧକ୍କାରେ ଯୁବକ ୩ଜଣ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ଯୁବକ ୩ଜଣ ଗୁରୁତର

34

ବାହାନଗା, ୬ା୧୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ବାଜିପୁର ରାସ୍ତାରେ ଅଜଣା ଗାଡ଼ି ଧକ୍କା ଦେବାରୁ ଆଇସିଓଏଲ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ୩ଜଣ ଯୁବକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତର ଖାନାକୁ ନେଇ ଚିକିତ୍ସା କରି ଥିବାର ଜଣାପଡ଼ିଛି । ମୁଣ୍ଡରେ ଆଘାତ ଥିବାରୁ ତାଙ୍କୁ ବାଲେଶ୍ୱର ସଦର ହସପିଟାଲ କୁ ଡାକ୍ତର ସ୍ଥାନାନ୍ତରିତ କରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଆଇସିଓଏଲରେ ଅପରେଟର ଭାବେ କାର୍ଯ୍ୟ ରତ କେନ୍ଦ୍ରାପଡ଼ା ଅଞ୍ଚଳର ବିଭୂତି ବିହାରୀ ଦେଉରୀ (୩୨), କେନ୍ଦ୍ରପଡ଼ା ଅଞ୍ଚଳର କଲ୍ୟାଣ ନାୟକ(୨୨) ସୁବ୍ରତ ବେହେରା (୨୩) କାର୍ଯ୍ୟ ସାରି ନିମ ଗୋହିରୀ ସ୍ଥିତ ଭଡ଼ା ଘରକୁ ଏକ ବାଇକରେ ଯାଉ ଥିଲେ । ଭଡ଼ା ଘର ଅନତି ଦୁରରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ ଦୁର୍ଘଟଣାର ଶିକାର ହୋଇ ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.